*ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଜୈବସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ*
ବରଗଡ:୨୮/୯(ପବିତ୍ର ମେହେର):ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଜୈବ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଶିକ୍ଷାର୍ଥୀମାନଙ୍କୁ ପକ୍ଷୀଙ୍କ ଜୀବନ ଶୈଳୀ ଉପରେ ଆଧାରିତ ଏକ ଛାୟାଚିତ୍ର ପ୍ରଦର୍ଶନ କରିଥିଲେ।ପକ୍ଷୀମାନଙ୍କ ବସା ନିର୍ମାଣଶୈଳୀ, ଖାଦ୍ୟ ଅନ୍ୱେଷଣ ପ୍ରକ୍ରିୟା, ପ୍ରାକୃତିକ ଭାରସାମ୍ୟ ବଜାୟ ରଖିବା ନିମନ୍ତେ ପକ୍ଷୀସମାଜର ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ଶିକ୍ଷାର୍ଥୀମାନେ ଧାରଣା ପାଇଥିଲେ।ଜୈବସୁରକ୍ଷା ସହିତ ପକ୍ଷୀ ସମାଜର ସଂରକ୍ଷଣ ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ନେଇ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜିଜ୍ଞାସା ଇକୋ କ୍ଲବର ସଦସ୍ୟ ଯୋଗ ଦେଇଥିବା ବେଳେ ଶିକ୍ଷୟିତ୍ରୀ ରୋଜାଲିନ୍ ଭୋଇ,ଶିକ୍ଷକ ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ,ପ୍ରଶାନ୍ତ ମହାପାତ୍ର,ଆଶିଷ ପୁରୋହିତ,ଶିକ୍ଷୟିତ୍ରୀ ଲକ୍ଷ୍ମୀବତୀ ଭୋଇ,ଚନ୍ଦ୍ରିକା ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

