ପୃଥକ ପୃଥକ ଚଢ଼ାଉରେ ଦୁଇ ଗିରଫ
୪୦,୨୦୦ଟଙ୍କା ସହ ୨୭ଗ୍ରାମ ହେରୋଇନ୍ ଜବତ : ମହିଳା ଗିରଫ
ଏବଂ ପୁରୁଷଙ୍କ ଠାରୁ ୨୨ଗ୍ରାମ ହେରୋଇନ୍ ସହ ୪ହଜାର ୫ଶହଟଙ୍କା ଜବତ
ତାଳଚେର, ୨୪/୦୯ ଗତକାଲି କୌଣସି ସୂତ୍ରରୁ ଖବରପାଇ ତାଳଚେର ଅବକାରୀ ବିଭାଗ ପକ୍ଷରୁ ବିକ୍ରମପୁର ଥାନା ଅନ୍ତର୍ଗତ ତେଟୁଂଲେଇ ଗ୍ରାମରେ ଚଢ଼ାଉ କରାଯାଇ ପ୍ରୀତିମୟୀ ଦାଶ(୪୨)ଙ୍କ ନିକଟରୁ ନଗଦ ୪୦ହଜାର ୨ଶହଟଙ୍କା ଓ ୨୭ଗ୍ରାମ ହେରୋଇନ୍ ଜବତ କରିବା ସହିତ ଜଣେ ହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ । ତାଳଚେର ଅବକାରୀ ବିଭାଗର ଅଧିକ୍ଷକ ଧିରେନ୍ ବେହେରାଙ୍କ ନେତୃତ୍ୱରେ ଏସଆଇ ରଣଜିତ୍ ପାତ୍ର, ସରୋଜ ସାହୁ, ପାପୁନ ପ୍ରଧାନ, ଗୌରୀ ଓରାମ ପ୍ରମୁଖ ଏହି ଚଢ଼ାଉରେ ସାମିଲଥିଲେ ।
ସେହିପରି ଆଜି ତାଳଚେର ତେଟୁଂଲେଇ ଗ୍ରାମରେ ପୁନଃ ଚଢ଼ାଉ କରାଯାଇ ୨୨ଗ୍ରାମ ହେରୋଇନ ଜବତ କରାଯିବା ସହ ଏହି କାରବାରରେ ସମ୍ପୃକ୍ତ ଅନୁଗୋଳ ଥାନା ଅନ୍ତର୍ଗତ ଘୁଂଚପାଳ ଗ୍ରାମର ରାକେଶ ନାଏକ(୨୪)କୁ ଗିରଫ କରାଯାଇଛି । ଅନୁଗୋଳ ଅବକାରୀ ସୁପରିଟେଣ୍ଡେଟ୍ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ଅବକାରୀ ଇନ୍ସିପେକ୍ଟର ଉମାକାନ୍ତ ସ୍ୱାଇଁ ତେଟୁଂଲେଇ ଛକରେ ଚଢ଼ାଉ କରି ୪ହଜାର ୫ଶହଟଙ୍କା ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।
