Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଚୌରି ଚୌରା ଶତବାର୍ଷିକୀ ସମାରୋହର ସ୍ମାରକୀ ଡାକ ଟିକଟ ଉନ୍ମୋଚନ 

 

 

ଜେ ବି ଏନ, ୦୪/୦୨/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୌରି ଚୌରା ଶତବାର୍ଷିକୀ ସମାରୋହର ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଛନ୍ତି। ଆଜି ଚୌରି ଚୌରା ଘଟଣାକୁ 100 ବର୍ଷ ପୁରିଛି । ଏହା ଆମ ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଉଛି ।

 

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 100 ବର୍ଷ ପୂର୍ବେ ଚୌରି ଚୌରାରେ ଯାହା ଘଟିଯାଇଥିଲା ​​ତାହା କେବଳ ପୋଲିସ୍ ଥାନାରେ ନିଆଁ ଲଗାଇବାର ଘଟଣା ନଥିଲା, ଚୌରି ଚୌରାର ବାର୍ତ୍ତା ବହୁତ ବଡ ଏବଂ ବ୍ୟାପକ ଥିଲା। ନିଆଁ ପୋଲିସ ଥାନାରେ ଲାଗି ନଥିଲା, ନିଆଁ ଲୋକଙ୍କ ହୃଦୟରେ ଜଳି ଉଠିଥିଲା l

 

 

ଏତଦବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ମଣ୍ଡିକୁ ଚାଷୀଙ୍କ ମନପସନ୍ଦ ବଜାରରେ ପରିଣତ କରିବା ପାଇଁ ଇ-ନାମ ଜରିଆରେ ଆହୁରି 1000 ଟି ମଣ୍ଡି ସୃଷ୍ଟି କରାଯିବ l