Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି  ପାଇଁ  ଯୁବ-ଛାତ୍ର ବିଜେଡି ର ନିବେଦନ ପତ୍ର

(ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୧୫/୦୧/୨୦୨୧ ସୁନ୍ଦରଗଡ଼ : ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଶ୍ରା, ନୂଆଗାଁ, କୁଆଁରମୁଣ୍ଡା ବ୍ଲକର ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ନିବେଦନ ପତ୍ର ପ୍ରଦାନ କରାଯାଇଅଛି l

 

ବୀରମିତ୍ରପୁର ବିକାଶରେ ମୁଖ୍ୟମନ୍ତ୍ରୀ ଥିବା ସମୟ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅନେକ ଭୂମିକା ରହିଛି l ବିଜୁ ବାବୁଙ୍କ ବୀରମିତ୍ରପୁର ପ୍ରତି ଥିବା ଭଲ ପାଇବାକୁ ଆଗାମୀ ଯୁବପିଢ଼ିଙ୍କୁ ଆଦର୍ଶ ପ୍ରେରଣା ଦେବା ସହ ଚିର ସ୍ମରଣୀୟ କରିବା ନିମନ୍ତେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସମସ୍ତ ବ୍ଲକ ରେ ସ୍ଥାପନ କରାଯିବା ନିମନ୍ତେ ବିଜୁ ଯୁବ-ଛାତ୍ର ଜନତା ଦଳ, ବିଶ୍ରା ଅଞ୍ଚଳବାସୀ ଏବଂ ବିଜୁ ପ୍ରେମୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି l

ମୁଖ୍ୟମନ୍ତ୍ରୀଙ୍କ ସମେତ 5T ସଚିବ, ଓଡିଶା ସରକାର, ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସୁନ୍ଦରଗଡ଼, ଜିଲ୍ଲାପାଳ ସୁନ୍ଦରଗଡ଼ଙ୍କୁ ନିବେଦନ କରିଛନ୍ତି l ବିଜୁ ଯୁବ-ଛାତ୍ର ଜନତା ଦଳ ର ସୋମନାଥ ରାହା,କୈଳାଶଚନ୍ଦ୍ର ଭୂତିଆ, ଅନିତା ମିଞ୍ଜ, ସାଗର କୁନାର,ମହେନ୍ଦ୍ର ବଡାଈ, ଦୀପକ ତୀର୍କୀ, ବିଜୟ କୁମାର ବିଶ୍ୱକର୍ମା, ମୁକେଶ ସାହୁ,ଅଶୋକ ସାହୁ, ବଣ୍ଟି ହେରା,ଅଭିଷେକ ପାଣ୍ଡେ, ଏମଡି ଫାଇଜ଼ାନ ଆଲାମ, ସମୀର ମିଞ୍ଜ ଦିବ୍ୟ ପ୍ରଧାନ,ନୂଆଗାଁ ବ୍ଲକ ଅଧକ୍ଷ ମକ୍ଲୁ ଏକ୍କା ବରିଷ୍ଠ ନେତା ପର୍ଶୁରାମ ମହାପାତ୍ର, ସା ନଦିମ, ଦୀନେଶ ଓରାମ ଆଦି ଅନେକ ଯୁବ ଛାତ୍ର ବିଜେଡି ସଦସ୍ୟ,ବିଜୁ ପ୍ରେମୀ ଉପସ୍ଥିତ ରହି ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଭେଟି ନିବେଦନ ପତ୍ର ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମ ର ସୂଚନା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ତାପସ ଘୋସାଲ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତିl