Spread the love

ବଅଁରପାଳ ରେ ଧୁମ୍ ଧାମ୍ ରେ ପାଳନ ହେଲା ମାଙ୍କ ଆଜ୍ଞା ଲଡୁ ନିଲାମ ।

ବଅଁରପାଳ, ୧/୧୧(ଜାଗ୍ରତ ଭାରତ ନ୍ୟୁଜ୍) ବଅଁରପାଳ ଲକ୍ଷ୍ମୀପୂଜାରେ ଆଜ୍ଞାଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବଅଁରପାଳରେ ହେଉଥିବା ୧୩ ଟି ପୂଜାକମିଟି ମଧ୍ୟରୁ କେବଳ ଧନଲକ୍ଷ୍ମୀ ପୂଜା କମିଟି(ସନ୍ତ୍ରୀଛକ-ଖ) ପକ୍ଷରୁ ପ୍ରତ୍ୟେକ ବର୍ଷ ଆଜ୍ଞାଲଡୁ ନିଲାମ କରା ଯାଇଥାଏ l ଚଳିତ ବର୍ଷ ନୂଆହତା ଗ୍ରାମର ସୁବ୍ରତ କୁମାର ସିଂହ ସର୍ବାଧିକ ୨୫ ହଜାର ୧୧୧ ଟଙ୍କା ବଢ଼ି ଆଜ୍ଞାଲଡୁ ନିଲାମରେ ନେଇଥିଲେ l ବଅଁରପାଳ ବଣିକ ମହାସଂଘର ଉପଦେଷ୍ଟା ଖଗେଶ୍ୱର ପରିଡା, ସମ୍ପାଦକ ଅଖିଳ କୁମାର ମହାପାତ୍ର,କୋଷାଧ୍ୟକ୍ଷ ବିଜୟ କୁମାର ସାମଲ,ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ବିଶୋଇ ଓ ଲଲାଟେନ୍ଦୁ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତାଙ୍କୁ ଆଜ୍ଞାଲଡୁ ପ୍ରଦାନ କରିଥିଲେ l ଏହି ଅବସରରେ ପୂଜା କମିଟି ପକ୍ଷରୁ ଆୟୋଜନ କରା ଯାଇଥିବା ‘ରକ ଡ୍ୟାନ୍ସ ଗ୍ରୁପ’ର କଳାକାର ମାନେ ନୃତ୍ୟଗୀତ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଲୋକ ସମାଗମ ହୋଇଥିଲା l ପୂଜା କମିଟି ସଭାପତି ଗୌରଚନ୍ଦ୍ର ପ୍ରଧାନ, ଉପ – ସଭାପତି ଅଶୋକ କୁମାର ବେହେରା, ସମ୍ପାଦକ ସଂଗ୍ରାମ କେଶରୀ ସାମଲ, କୋଷାଧ୍ୟକ୍ଷ ଶକ୍ତିପ୍ରସାଦ ରାଉତ ଓ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *