Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମୋବାଇଲ ବ୍ୟାଟେରୀ ଫାଟି ନାବାଳକ ଗୁରୁତର

 

 

ଜେ. ବି. ଏନ୍ (୧୧/୧୨ /୨୦୨୦)

ନୀଳଗିରି : ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଅଞ୍ଚଳରେ ମୋବାଇଲ ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଗରଡ଼ିହି ପଞ୍ଚାୟତ ଅଧୀନ ଚେକାମରା ଗାଁର ଟୁନା ସିଂଙ୍କ ପୁଅ ଚନ୍ଦ୍ରକାନ୍ତ(୭)। ସେ ଏକ ମୋବାଇଲ ବ୍ୟାଟେରୀକୁ ଧରି ଖେଳୁଥିବା ସମୟରେ ହଠାତ୍ ଏହା ଫାଟିଯିବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ହାତ ପାପୁଲି ଟି ନଷ୍ଟ ହୋଇ ଥିବାବେଳେ ଛାତି ଓ ପେଟରେ ପୋଡ଼ି ହୋଇ ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ନାବାଳକ ଅତି ଗରିବ ପରିବାରର ହୋଇଥିବାବେଳେ ହାତଟିକୁ ଅସ୍ତ୍ରୋପଚାରର ଆବଶ୍ୟକ ରହିଛି ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ଚିକିତ୍ସା ପାଇଁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।