Spread the love

 

ଓଡ଼ିଶାରେ ଦ୍ରୁତ ସହରୀକରଣ ଏବଂ ସହର ଉପକଣ୍ଠ ଅଞ୍ଚଳଗୁଡ଼ିକର ସମ୍ପ୍ରସାରଣ ଯୋଗୁଁ ବିଦ୍ୟମାନ ଜଳ ନିଷ୍କାସନ ଭିତ୍ତିଭୂମି ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଛି, ଯାହା ଫଳରେ ବାରମ୍ବାର ଜଳବନ୍ଦୀ ସମସ୍ୟା, ସ୍ଥାନୀୟ ବନ୍ୟା ପରିସ୍ଥିତି ଏବଂ ଏହା ସହିତ ଜଡ଼ିତ ଜନସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏହି ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ତଥା ସହରାଞ୍ଚଳ ବର୍ଷା ଜଳ ପରିଚାଳନାକୁ ସୁଦୃଢ଼ କରିବା ପାଇଁ “ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ ପରିଚାଳନା ଏବଂ ଉନ୍ନୟନ କାର୍ଯ୍ୟକ୍ରମ (USWDMIP)” ପ୍ରସ୍ତାବିତ ହୋଇଛି।

ଆଜି ରାଜ୍ୟ କ୍ୟାବିନେଟ୍ ₹୫୦୦.୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ “ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ ପରିଚାଳନା ଏବଂ ଉନ୍ନୟନ କାର୍ଯ୍ୟକ୍ରମ (USWDMIP)” କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଯୋଜନା ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ୫ ବର୍ଷ ଅବଧି ମଧ୍ୟରେ ରାଜ୍ୟର ନିଜସ୍ୱ ସମ୍ବଳରୁ କାର୍ଯ୍ୟକାରୀ କରାଯିବ।

ଏହି ଯୋଜନାରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULBs) ଏବଂ ମନୋନୀତ ବ୍ଲକ ମୁଖ୍ୟାଳୟଗୁଡ଼ିକୁ ସାମିଲ କରାଯିବ। ଏଥିରେ ପଙ୍କ ଉଦ୍ଧାର (de-siltation), RCC ବର୍ଷା ଜଳ ଡ୍ରେନ୍ ନିର୍ମାଣ, ଡ୍ରେନ୍ କଭରିଂ, ପ୍ରାକୃତିକ ଜଳ ନିଷ୍କାସନ ଉତ୍ସଗୁଡ଼ିକର ପୁନରୁଦ୍ଧାର ଏବଂ ଉପଯୁକ୍ତ ଜଳାଶୟଗୁଡ଼ିକ ସହିତ ସଂଯୋଗୀକରଣ ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ। ଏହିସବୁ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ଜଳ ନିଷ୍କାସନ ବ୍ୟବସ୍ଥାର କ୍ଷମତା ଓ ଦକ୍ଷତା ବୃଦ୍ଧି କରିବା ଏବଂ ଜଳବନ୍ଦୀ ତଥା ସ୍ଥାନୀୟ ବନ୍ୟା ସମସ୍ୟାକୁ ହ୍ରାସ କରିବା।

ଏହି ଯୋଜନା ସହରାଞ୍ଚଳରେ ବନ୍ୟା ଓ ଜଳବନ୍ଦୀ ସମସ୍ୟା ହ୍ରାସ କରିବା, ଜଳ ନିଷ୍କାସନ କ୍ଷମତାରେ ସୁଧାର ଆଣିବା, ଭୂତଳ ଜଳର ପୁନଃଭରଣ (groundwater recharge) କୁ ପ୍ରୋତ୍ସାହିତ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ତଥା ପରିବେଶର ଗୁଣବତ୍ତା ବୃଦ୍ଧି କରିବା ସହିତ ଜଳବାୟୁ-ସହନଶୀଳ ସହରୀ ବିକାଶରେ ସହାୟକ ହେବ।

Leave a Reply

Your email address will not be published. Required fields are marked *