Spread the love

ରାସ୍ତା କଡ ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର । କାରଣ ଅପଷ୍ଟ।
ଧର୍ମଗଡ଼ (ଜାଗ୍ରତ ଭାରତ,)
କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ବରାମୁଣ୍ଡ ନିକଟସ୍ଥ ରାସ୍ତା କଡରେ ଥିବା ଶିଶୋ ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି କେଗାଁ ପୁଲିସ । ମୃତକ ଜଣକ ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ଦାବଝରଣ ଗ୍ରାମର ସନ୍ତୟ ଶବରଙ୍କ ପୁଅ ଈଶ୍ୱର ଶବର ବୋଲି ଜଣାପଡିଛି । ସୂଚନାରୁ ପ୍ରକାଶ ଈଶ୍ୱର ଶବର ତାଙ୍କର ମାଉସୀ ଘର ବରାମୁଣ୍ଡ ଗ୍ରାମକୁ ଆସିଥିଲେ । ତାଙ୍କର ମାନସିକ ଦୁର୍ବଳତା ଯୋଗୁଁ ଏପରି ଘଟଣା ଘଟିଛି ବୋଲି ଚର୍ଚ୍ଚା ହେଉଛି । ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତକର ମାଁ କୁନ୍ତଳା ଶବର କେଗାଁ ଥାନାରେ ଲିଖିତ ଅଭିଯୋଗ କରିଵା ପରେ ଅଭିଯୋଗକୁ ଭିତ୍ତି କରି କେଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଥିଲେ। ପୁଲିସ କେଶ ନଂ ୧/୨୦୨୬ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା କେଗାଁ ଆଇ ଆଇ ସି ସଂଗୀତା ବେକ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *