Spread the love

କ ଲଟକ: ନାମାଙ୍କନପତ୍ର ଦାଖଲ ବେଳକୁ ଯଦି ଦୁଇରୁ ଅଧିକ ସନ୍ତାନ ଥିବା ପ୍ରମାଣିତ ହୁଏ ତାହେଲେ ସଂପୃକ୍ତ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ଅଯୋଗ୍ୟ ଘୋଷିତ ହେବେ । ଏହି ଆଧାରରେ ନିମ୍ନ ଅଦାଲତ ଦେଇଥିବା ଆଦେଶକୁ ହାଇକୋର୍ଟ କାଏମ୍ ରଖିଛନ୍ତି । ବୌଦ୍ଧ ବ୍ଲକ୍ ବଢ଼ିଗାଁ ପଞ୍ଚାୟତର ସରପଞ୍ଚ ସିଦେ୍ଧଶ୍ୱର ପ୍ରଧାନଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ଏହି ରାୟ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ସିଦେ୍ଧଶ୍ୱର ପ୍ରଧାନ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ଏହାକୁ ଚାଲେଞ୍ଜ କରି ପ୍ରଫୁଲ୍ଲ କୁମାର ପାଢ଼ୀ ନିମ୍ନ ଅଦାଲତରେ ମାମଲା ରୁଜୁ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ସିଦେ୍ଧଶ୍ୱର ପ୍ରଧାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି । କିନ୍ତୁ ସେ ଏହି ତଥ୍ୟକୁ ଲୁଚାଇ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଅଭିଯୋଗକୁ ଗ୍ରହଣ କରି ନିମ୍ନ ଅଦାଲତ ସରପଞ୍ଚ ପଦକୁ ରଦ୍ଦ କରି ଦେଇଥିଲେ । ଏହି ଆଦେଶ ବିରୋଧରେ ଆବେଦନକାରୀ ବୌଦ୍ଧ ଜିଳ୍ଲଜଜ୍ରେ ମାମଲା ରୁଜୁ କରିଥିଲେ । ବୌଦ୍ଧ ଜିଲ୍ଲାଜଜ୍ ମଧ୍ୟ ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ୍ ରଖିଥିଲେ । ଏହି ଆଦେଶ ବିରୋଧରେ ସିର୍ଦ୍ଧେଶ୍ୱର ପ୍ରଧାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ଦର୍ଶାଇଛନ୍ତି ଯେ, ଆବେଦନକାରୀ ସିର୍ଦ୍ଧେଶ୍ୱର ପ୍ରଧାନ ଦୁଇ ସନ୍ତାନ ନିୟମ ପାଇଁ ଯେଉଁ କଟ୍ ଅଫ୍ ଡେଟ୍ ରହିଛି ସେହି ସମୟ ବାଦ୍ ଆଉ ଏକ ସନ୍ତାନ ଜନ୍ମ ହୋଇଥିଲାବେଳେ ସ୍କୁଲ୍ ରେଜିଷ୍ଟରରେ ମଧ୍ୟ ଉକ୍ତ ତାରିଖ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି । କିନ୍ତୁ ଏହି ନିର୍ବାଚନୀ ମାମଲା ରୁଜୁ ହେବା ପରେ ଝିଅର ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି । ଯାହାକି ଗ୍ରହଣୀୟ ନୁହେଁ । କଟ୍ଅଫ୍ ଡେଟ୍ ବାଦ୍ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସିଦେ୍ଧଶ୍ୱର ପ୍ରଧାନଙ୍କର ପରେ ଏକ ସନ୍ତାନ ଜନ୍ମ ହୋଇଥିବାରୁ ସେ ଏହି ପଦରେ ରହିବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ହାଇକୋର୍ଟ ମତ ଦେବା ସହ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ପ୍ରତିପକ୍ଷଙ୍କ ପକ୍ଷରୁ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *