Spread the love

ସମ୍ବରଧରା ରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଭଟଲି (ଅଭିମନ୍ୟୁ ପଧାନ):- ବରଗଡ ଜିଲ୍ଲାର ଭଟଲି ଦେଇ ଡୁଙ୍ଗୁରୀ ଯାଉଥିବା ରାସ୍ତା ମଝିରେ ସମରଧରା ରହିଥାଏ । ସେହି ସମରଧରା ନିକଟରେ ରହିଥିବା ନାଳା ଉପରେ ବର୍ଷା ଦିନେ ପ୍ରବଳ ପାଣି ଯୋଗୁ ଜିବା ଆସିବା କରିବା ଠପ ହୋଇଯାଇଥାଏ। ଲଖନପୁର ଡୁଙ୍ଗରି ଅଞ୍ଚଳର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।ତେଣୁ ସମରଧରା ଛକରୁ 0/928 କି.ମି. ବ୍ୟବଧାନ ରେ ଥିବା ନାଳା ଉପରେ 611.34 ଲକ୍ଷ ଅଟକଳ ମୂଲ୍ୟରେ ଏକ ସେତୁର ନିର୍ମାଣ ର ଭିତ୍ତି ପ୍ରସ୍ତର ସ୍ଥାପନ ଶ୍ରୀ ଇରାସିସ ଆଚାର୍ଯ୍ୟ ମାନ୍ୟବର ବିଧାୟକ ଭଟଲି ଙ୍କ କରକମଳରେ ଉଦଘାଟନ ହୋଇଯାଇଛି l ଯାହାକି ଲଖନପୁର ଓ ଡୁଙ୍ଗୁରୀ ଅଞ୍ଚଳ ବାସି ଙ୍କ ପାଇଁ ଶୁଭ ଖବର ଅଟେ। ଏହି ଶୁଭ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ର ସଭା କାର୍ଯ୍ୟରେ ଗୁନାରୁ ପଧାନ, ତାରଚନ୍ଦ ପଟେଲ, ଫିରୋଜ଼ ସାହୁ,ଅକ୍ଷୟ ନାୟକ, ଅଚୁତ ବୁଦ୍ଧିଆ, ଗୋଲଡି ପଧାନ, ମନୋଜ ସେଠ, କାର୍ତିକ ଦେହେରି ସହ ଅନ୍ୟାନ ପ୍ରମୁଖ କାର୍ଯ୍ୟକର୍ତା ମଂଚାସୀନ ଥିବାବେଲେ ଉକ୍ତ ସ୍ଥାନରେ ଅଞ୍ଚଳର ବହୁତ ଲୋକମାନଙ୍କ ସମାଗମ ଦେଖିବାକୁ ମିଳିଥିଲା । ସର୍ବଶେଷରେ ସଂକ୍ରାଜିତ ସାହୁ ସମସ୍ତଙ୍କ ମଙ୍ଗଳ କାମନାକରି ଧନ୍ୟବାଦ ଜ୍ଞାପନ କରିଥିଲେ l

Leave a Reply

Your email address will not be published. Required fields are marked *