Spread the love

ସରକାରୀ ଅର୍ଥ ହଡ଼ପ ମାମଲାରେ ପୂର୍ବତନ ସମ୍ପାଦକ ଦୋଷୀ ସାବ୍ୟସ୍ତ, ୧ ବର୍ଷ ଜେଲ୍

ବ୍ରହ୍ମପୁର: ଦୁର୍ନୀତି ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ସଫଳତା। ଗଞ୍ଜାମ ଜିଲ୍ଲା ବେଣାପାଟ ସେବା ସମବାୟ ସମିତିର ଅବସରପ୍ରାପ୍ତ ପୂର୍ବତନ ସମ୍ପାଦକ ମହାଦେବ ବିଶ୍ୱାଳଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବ୍ରହ୍ମପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ଏହି ମାମଲାରେ ତାଙ୍କୁ ଏକ ବର୍ଷ ସରଳ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ହୋଇଛି।

ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୯୯୯ରୁ ୨୦୦୩ ମଧ୍ୟରେ ବେଣାପାଟ ସେବା ସମବାୟ ସମିତିର ନଗଦ ଟଙ୍କା ରେଜିଷ୍ଟରରେ ଜାଲିଆତି କରି ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ମହାଦେବ ବିଶ୍ୱାଳଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଏହି ମାମଲାରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ୧୩(୧)(c)(d) ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୦୯, ୪୬୭, ୪୬୮ ଓ ୪୭୭-ଏ ଅନୁଯାୟୀ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଶେଷରେ ଅକ୍ଟୋବର ୯, ୨୦୨୬ରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି।

ଅନ୍ୟପକ୍ଷରେ, ଦଣ୍ଡାଦେଶ ପରେ ମହାଦେବ ବିଶ୍ୱାଳଙ୍କ ପେନସନ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ସମ୍ପୃକ୍ତ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *

You missed