ସ୍ୱତନ୍ତ୍ର ଗ୍ରାମସଭା ଓ ସଚେତନତା ରାଲି
ବଇଣ୍ଡା, ୨ ଅକ୍ଟୋବର ୨୦୨୬:କିଶୋରନଗର ବ୍ଲକ୍ ଅନ୍ତର୍ଗତ ଗାଁ ବଇଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଥିବାବେଳେ ଶିଶୁ ଶ୍ରମ ନିରୋଧ ଓ କିଶୋର ଶ୍ରମିକଙ୍କ ସୁରକ୍ଷା ନେଇ ଏକ ସଚେତନତାମୂଳକ ରାଲି ଆୟୋଜିତ ହୋଇଥିଲା।
ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ରାଲିରେ କିଶୋରନଗର ବ୍ଲକ୍ର ସହକାରୀ ଶ୍ରମ ଅଧିକାରୀ ଅଶ୍ୱିନୀ କୁମାର ମୁଦୁଲି ନେତୃତ୍ୱରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସଂଯୋଜିକା ପୂଜା ସ୍ୱାଇଁ , ଗ୍ରାମର ମହିଳା, କିଶୋରୀ ବାଳିକା ମାନେ ଯୋଗଦେଇଥିଲେ।

ରାଲି ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ଶିଶୁମାନଙ୍କୁ କୌଣସି ପ୍ରକାରର ଶ୍ରମରେ ନିୟୋଜିତ ନକରିବା ଏବଂ କିଶୋର ଶ୍ରମିକମାନଙ୍କୁ ବିପଦଜ୍ଜନକ କ୍ଷେତ୍ରରେ ନିୟୋଜିତ ନକରିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

ଶିଶୁ ଶ୍ରମମୁକ୍ତ ସମାଜ ଗଠନ ସହିତ ଶିଶୁ ଓ କିଶୋରମାନଙ୍କ ଅଧିକାର, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ଏହି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ବିଶ୍ୱ ଯୁବ କେନ୍ଦ୍ର ତରଫରୁ ହଣ୍ଡପା, କଟରଙ୍ଗା, ବିଲେଇନାଳି, ଉରୁକୁଳା, ଅଙ୍ଗପଡ଼ା, ନୁନୁକାପଶି,କଣ୍ଟେଇକୋଳିଆ ପ୍ରକଳ୍ପ ସହାୟକ/ ସହାୟିକା ମାନେ ଉପସ୍ଥିତ ରହି ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ର ସଂକଳ୍ପ ଓ ଶପଥ ପାଠ ଗ୍ରହଣ କରିଥିଲେ।
