Spread the love

ହରିଚନ୍ଦନପୁର ବ୍ଲକ ଗୁଣ୍ଡିଚାଘାଗିଠାରେ ଭରସା ପରିବାରର ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତିକ୍ରମେ ମୁଖ୍ୟ ଉପଦେଷ୍ଟା ପ୍ରତାପ ରାୟ ସଭା କାର୍ଯ୍ଯକୁ ପରିଚାଳନା କରିଥିଲେ । ଭରସା ପରିବାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ବ୍ୟାପକ କରିବା ତଥା ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସଭାପତି ଲମ୍ବୋଦର ମହାନ୍ତ, ସାଧାରଣ ସମ୍ପାଦକ ବେଣୁଧର ମହାନ୍ତ, ଶିବଶଙ୍କର ମିଶ୍ର, ଲୋକ ସମ୍ପର୍କ ଅଧିକାରୀ ରଜନୀକାନ୍ତ ବେହେରା, ରାଜ୍ୟ ସମ୍ପାଦକ ପଦ୍ମନାଭ ମହାନ୍ତ, ସଭାନେତ୍ରୀ ମାଳତୀ ମହାନ୍ତ, ଉପସଭାନେତ୍ରି ରଞ୍ଜନା ମହାନ୍ତ, ମୟୁରଭଞ୍ଜ ଜିଲ୍ଲା ସଭାପତି ବୁଧୁରାମ ମହାନ୍ତ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ମହାନ୍ତ, କେନ୍ଦୁଝର ଜିଲ୍ଲା ସଭାନେତ୍ରୀ ସୋନାଲି ମାରାଣ୍ଡି, ଢେଙ୍କାନାଳ ଜିଲ୍ଲା ସଭାପତି ଜିତେନ୍ଦ୍ର ମହାନ୍ତ, ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ଘଟଗାଁ ବ୍ଲକ ସଭାନେତ୍ରୀ ଭାରତୀ ଭୋଇ ପ୍ରମୁଖ ଯୋଗ ଦେଇ ନିଜର ମତାମତ ପ୍ରଦାନ କରିଥିଲେ । ସର୍ବଶେଷରେ ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭାସାଙ୍ଗ କରିଥିଲେ ।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *