Spread the love

୭୪ତମ ଜିଲ୍ଲା ବନମହୋତ୍ସବ ପାଳିତ

• ପରିବେଶ ସୁରକ୍ଷା ଆମର ଦାୟିତ୍ଵ • ୫.୫ଲକ୍ଷ ଚାରା ରୋପଣ କରାଯିବ

ଢେଙ୍କାନାଳ:୦୫/୦୭- ଆଜି ପୂର୍ବାହ୍ନରେ ସଦେଇବରେଣୀ ସ୍ଥିତ କଳାକୃତି ଗ୍ରାମରେ ୭୪ତମ ଜିଲ୍ଲା ବନମହୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଯୋଗଦେଇ କହିଛନ୍ତି ଯେ, ଅରଣ୍ୟ ସମ୍ପଦ ପରିବେଶର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଏହା ମନୁଷ୍ୟର ଆବଶ୍ୟକତା ପୂରଣ କରିଥାଏ ଏବଂ ବିଶ୍ଵତାପନକୁ ସନ୍ତୁଳିତ ରଖିଥାଏ । ଚଳିତ ବର୍ଷ ଜିଲ୍ଲାରେ ଫାଙ୍କା ପଡିଥିବା ୧୦୦୦ଏକର ଜାଗାରେ ୫,୫ଲକ୍ଷ ଚାରା ରୋପଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଗୁଳର ଆର.ସି.ସି.ଏଫ୍ ତଥା ଫିଲ୍ମ ଡିରେକ୍ଟର ଶ୍ରୀ ସୁଧାଂଶୁ ଶେଖର ଖୋରା ପରିବେଶ ସନ୍ତୁଳନର ଗୁରୁତ୍ବ ସମ୍ପର୍କରେ ସଚେତନ କରାଇଥିଲେ ।
ସଭାକାର୍ଯ୍ୟ ଶେଷ ହେଲାପରେ ସମସ୍ତ ଉଚ୍ଚ ପଦାଧିକାରୀ ଏବଂ ଅନ୍ୟ ଅଧିକାରୀମାନେ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ପ୍ରକୃତି ସାଥୀ ପୁରସ୍କାର ଦିଆଯାଇଥିଲା ଏବଂ ଚାରା ବଣ୍ଟନ ଗାଡିର ଶୁଭାରମ୍ଭ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଡି.ଏଫ୍.ଓ. ଶ୍ରୀ ସୁମିତ କର, ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ବନ ବିଭାଗର ଅଧିକାରୀମାନେ, ସ୍ଥାନୀୟ ଗ୍ରାମବାସୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *