ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ
ଅନୁଗୋଳ, ତା.୨୯.୦୯:- ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କର ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ:
ଅକ୍ଟୋବର ମାସ:
୫ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ
୧୯ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ
୨୬ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ ଆଠମଲ୍ଲିକ ବ୍ଲକ୍ କାର୍ଯ୍ୟାଳୟ
ନଭେମ୍ବର ମାସ:
୨ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ କିଶୋରନଗର ବ୍ଲକ୍ କାର୍ଯ୍ୟାଳୟ
୯ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ କଣିହାଁ ବ୍ଲକ୍ କାର୍ଯ୍ୟାଳୟ
୧୬ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ
୨୩ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ ପାଲଲହଡ଼ା ବ୍ଲକ୍ କାର୍ଯ୍ୟାଳୟ
୩୦ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ
ଡିସେମ୍ବର ମାସ:
୭ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ ଆଠମଲ୍ଲିକ ବ୍ଲକ୍ କାର୍ଯ୍ୟାଳୟ
୧୪ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ
୨୧ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ କିଶୋରନଗର ବ୍ଲକ୍ କାର୍ଯ୍ୟାଳୟ
୨୮ ତାରିଖ (ସୋମବାର): ପୂର୍ବାହ୍ନ ୧୦ ଘଟିକା ସମୟରେ ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ
ଏହି ସମସ୍ତ କାର୍ଯ୍ୟକ୍ରମରେ ସଂପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜଣାଇ ଦିଆଯାଇଛି।
