Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ପାଠ ପଢା ବଦଳରେ ଚାଲିଛି ନବକାକଳୀ ର ବାର୍ଷିକ ଉଛବ      

 

ଜେ ବି ଏନ, ୦୭/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ କନ୍ତାର ସ୍ଥିତ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟରେ ଆଉ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ଯାଉନି ! ପାଠ ପଢା ବଦଳରେ ଚାଲିଛି ଦିନ ତମାମ ଆଧ୍ୟାତ୍ମିକ ପତ୍ରିକା ନବକାକଳି ର ଷଡ଼ବିଂଶ ବାର୍ଷିକ ଉତ୍ସବ ! ସରକାର କରୋନା ମହାମାରି କୁ ଦୃଷ୍ଟି ରେ ରଖି ୮ ମାସ ଧରି ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦେଶ ଦେବା ପରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ସମ୍ପୂର୍ଣ୍ଣ ବ୍ୟାଘାତ ଘଟିଛି ! ବର୍ତମାନ ସରକାର ଚଳିତ ମାସରେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଙ୍କୁ ଦୃଷ୍ଟି ରେ ରଖି ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ ସମସ୍ତ ଦିନ ଖୋଲା ରଖିବା ସହିତ ଶିକ୍ଷକ, ଅଧ୍ୟାପକ ମାନେ ପାଠ ପଢ଼ିଇବାକୁ ନିର୍ଦେଶ ଦେଇଛନ୍ତି ! ହେଲେ ଏହି ମହାବିଦ୍ୟାଳୟ ରେ ଅଧ୍ୟାପକ ଓ ଅଧକ୍ଷ୍ୟ ଜ଼ିଲ୍ଲା ପ୍ରଶାସନର ବିନା ଅନୁମତି ରେ ପାଠ ପଢା ବନ୍ଦ କରି ସାହିତ୍ୟ ପତ୍ରିକା ନବକାକଳୀ ର ବାର୍ଷିକ ଉଛବ ରେ ମଗ୍ନ ରହି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କୁ ଅନ୍ଧକାରକୁ ଠେଲି ଦେଉଛନ୍ତି ! ଜ଼ିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମାନେ ଦାବିକରିଛନ୍ତି l

You missed