Spread the love

ସନ୍ଧ୍ଯାତାରା ସାହିତ୍ୟ ସଂସଦ ର ୪୨ ତମ ବାର୍ଷିକ ଉତ୍ସବ

(ଜେ. ବି. ଏନ୍)(ସୁବ୍ରତ କୁମାର /ଶୁଭମ ପାଣି) ୦୭/୦୨ /୨୦୨୧ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସନ୍ଧ୍ୟା ତାରା ସାହିତ୍ୟ ସଂସଦ ର ୪୨ ତମ ବାର୍ଷିକ ସାରସ୍ୱତ ମହୋତ୍ସବ ଓ ରାଜ୍ୟସ୍ତରୀୟ ଲେଖକ ସମାବେଶ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଅନ୍ତର୍ଗତ ହୋଇଯାଇଛି। ପ୍ରଥମ ପର୍ଯାୟରେ କବିତା ପାଠ ଉଦଘାଟନ ଦିବା ୧୧ ଘ. ରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ସାରସ୍ୱତ ମହୋତ୍ସବ ର ବିବରଣୀ ପାଠ କରାଯଇଥିଲା ଓ ସଙ୍ଗୀତ ପାଠ କରାଯଇଥିଲା।

ଅତିଥି ଭାବେ ମୁଖ୍ୟ ବକ୍ତା ଡ଼. କୁମର ବର ଦାସ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଜୟନ୍ତ ମହାପାତ୍ର, ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ମିଶ୍ର ଏଥି ସହିତ ଉପଦେଷ୍ଠା ରତ୍ନ ପ୍ରସାଦ ମହାନ୍ତିଙ୍କର ଦୀପଶିଖା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ – ପ୍ରାବନ୍ଧିକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ଙ୍କୁ ବ୍ୟଙ୍ଗ ସାହିତ୍ୟିକ ଶ୍ରୀଯୁକ୍ତ ବସନ୍ତ ପଟ୍ଟନାୟକ ଙ୍କୁ ସାହିତ୍ୟ ଓ ସଙ୍ଗଠନକୁ ଉତ୍ତରୀୟ ମାନପତ୍ର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସାହିତ୍ୟ ବିଷୟରେ ସାହିତ୍ୟ ଅନୁଷ୍ଠାନ ସନ୍ଧ୍ଯା ତାରା କୁ ମୁଖ୍ୟ ଅତିଥି ଖୁସି ହୋଇଥିଲେ। ଧନ୍ୟବଦ୍ ପ୍ରଦାନ କରିଥିଲେ, ଭବାନୀ ଶେଖର ନନ୍ଦ ସହ ସମ୍ପାଦକ ଭାବେ ଶରତ୍ ଚନ୍ଦ୍ର ମିଶ୍ର ଯୋଗଦାନ କରିଥିଲେ। ଓଡିଶା ଓ ଜିଲ୍ଲା ର ବିଭିନ୍ନ୍ ପ୍ରାନ୍ତର ରୁ ସାହିତ୍ୟିକ କବି ଓ ଲେଖକ ଯୋଗଦାନ କରିଥିଲେ। ଖାଲି ଲେଖିଲେ କବି ହୋଇଯାଏ ନାହିଁ, ପିତା ମାତା ଙ୍କ ଯୋଗୁଁ ପିଲାମାନେ ହିଁ ଶୃଙ୍ଖଳିତ ହୋଇପାରିବେ ମୁଖ୍ୟ ଅତିଥି ମତ ପ୍ରଦାନ କରିଥିଲେ।