Spread the love

# ଅନୁଗୋଳରେ ଅସ୍ମିତା ଖେଲୋ ଇଣ୍ଡିଆ ଉଶୁ ସିଟି ଲିଗ୍ ଓ ଜିଲ୍ଲା ଉଶୁ ଚାମ୍ପିଆନସିପ୍ ଉଦ୍‌ଯାପିତ; କୃତୀ ଖେଳାଳିଙ୍କୁ ପୁରସ୍କୃତ କଲେ ବିଧାୟକ

**ଅନୁଗୋଳ:** ଅନୁଗୋଳ ଇଣ୍ଡୋର ଷ୍ଟାଡିୟମ୍‌ଠାରେ ଆୟୋଜିତ ଅସ୍ମିତା ଖେଲୋ ଇଣ୍ଡିଆ ଉଶୁ ସିଟି ଲିଗ୍ ଏବଂ ଅନୁଗୋଳ ଜିଲ୍ଲା ଉଶୁ ଚାମ୍ପିଆନସିପ୍‌ର ଉଦ୍‌ଯାପନୀ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଉଦ୍‌ଯାପନୀ ସମାରୋହରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କୃତୀ ଖେଳାଳିମାନଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ଆଗ୍ରହ ଓ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ଖେଳାଳିମାନଙ୍କ ଉତ୍ସାହ ବୃଦ୍ଧିରେ ଏଭଳି ପ୍ରତିଯୋଗିତାର ଗୁରୁତ୍ୱ ରହିଛି।

କାର୍ଯ୍ୟକ୍ରମରେ ୨୮ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ଅନୁଗୋଳର ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସୀଠ, ଅନୁଗୋଳ ଉଶୁ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ଦିନେଶ ପ୍ରଧାନ ଏବଂ ସାଧାରଣ ସମ୍ପାଦକ ତଥା ଆନ୍ତର୍ଜାତୀୟ ଉଶୁ ଜଜ୍ ସୁଶାନ୍ତ ନାୟକ ଉପସ୍ଥିତ ଥିଲେ।

ଏଥିସହ ଉଶୁ ଆସୋସିଏସନ୍‌ର ଅନ୍ୟାନ୍ୟ କର୍ମକର୍ତ୍ତା ଓ କ୍ରୀଡ଼ାପ୍ରେମୀମାନେ ମଧ୍ୟ ଉପସ୍ଥିତ ରହି ଉଦ୍‌ଯାପନୀ ଉତ୍ସବକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *

You missed