Spread the love

# ଅନ୍ଧକାର ଉପରେ ଆଲୋକର ବିଜୟର ସଂକଳ୍ପ ଦୀପାବଳି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

**ନୂଆଦିଲ୍ଲୀ, ୮/୧୧:** ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପର୍ବ ଅନ୍ଧକାର ଉପରେ ଆଲୋକର ବିଜୟ ସହ ନକାରାତ୍ମକତାକୁ ପରାସ୍ତ କରିବାର ଦୃଢ଼ ସଂକଳ୍ପର ପ୍ରତୀକ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଲୋକର ଏହି ମହାନ ପର୍ବ ସମଗ୍ର ଦେଶକୁ ଆଲୋକିତ କରିବା ସହ ପ୍ରତ୍ୟେକଙ୍କ ମନରେ ନୂତନ ଆଶା ଓ ସକାରାତ୍ମକ ଭାବନା ସୃଷ୍ଟି କରେ। ଦୀପାବଳି ଏବଂ ଆଗାମୀ ସମୟ ସମସ୍ତଙ୍କ ଜୀବନରେ ଆନନ୍ଦ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ସେ କାମନା କରିଛନ୍ତି।

ଦୀପାବଳିକୁ ସେ ବେଶ୍ ଉତ୍ସାହ ଓ ଆନନ୍ଦର ସହ ପାଳନ କରୁଥିବା କହିବା ସହ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ସାହସୀ ଯବାନମାନଙ୍କ ସହ ଏହି ପର୍ବ ପାଳନ କରିବାର ପରମ୍ପରା ଜାରି ରଖିବେ ବୋଲି ଉଲ୍ଲେଖ କରିଛନ୍ତି।

https://x.com/narendramodi/status/2119029619341013080?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E2119029619341013080%7Ctwgr%5Ea08792b0cb11fc29045b56676e3af7806e04bee7%7Ctwcon%5Es1_c10&ref_url=https%3A%2F%2Fwww.pib.gov.in%2FPressReleasePage.aspx%3FPRID%3D2333997reg%3D48lang%3D2

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୀପାବଳି ଶୁଭେଚ୍ଛା ସମ୍ବଳିତ ଏକ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରିଥିଲେ। ସେଥିରେ ସେ ଲେଖିଥିଲେ, “ଆପଣମାନଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା।”

ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାରେ ଦୀପାବଳିର ଆଧ୍ୟାତ୍ମିକ ମହତ୍ତ୍ୱ ସହ ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତାର ଭାବନା ପ୍ରତିଫଳିତ ହୋଇଛି।

Leave a Reply

Your email address will not be published. Required fields are marked *