“ଅର୍ଣ୍ଣବ ବାର୍ତ୍ତା ପ୍ରଭାବରେ ଚାଷୀଙ୍କ ମକା ଚାଷ ନଷ୍ଟ! କ୍ଷତି ପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ”

ବରଗଡ:୩୧/୧୦(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଚକରକେନ୍ଦ ପଞ୍ଚାୟତର ବୁଦ୍ଧିଆପାଲି ଗ୍ରାମର ୬୦/୭୦ ଜଣଙ୍କ ୫୦/୬୦ ଏକର ମକା ଚାଷ ଅର୍ଣ୍ଣବ ବାତ୍ୟା ପ୍ରଭାବରେ ନଷ୍ଟ ହୋଇଯାଇଛି। ଏହି ଅଞ୍ଚଳରେ ଚଳିତ ବର୍ଷ ଭଲ ମକା ଚାଷ ହୋଇଥିଲା, କୃଷି ବିଭାଗଙ୍କ ରିପୋର୍ଟ ଅନୁସାରେ ଜିଲ୍ଲାରେ ୨୫ ସହ କେକ୍ଟର ମକା ଚାଷ ହୋଇଅଛି। ଏକର ପ୍ରତି ୩୦/୪୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଠିକ ଭାବେ ଉତ୍ପାଦନ ଓ ମୂଲ୍ୟ ମିଳିଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ଏହାର ଅର୍ଥ ହେଉଛି କମ ପରିଶ୍ରମରେ ଏକର ପ୍ରତି ୬୦/୭୦ ହଜାର ଟଙ୍କା ଲାଭମିଳିଥାଏ। ଏଣୁ ଦିନକୁଦିନ ମକା ଚାଷ ବୃଦ୍ଧି ପାଉଛି। ହେଲେ ବାଜର ବ୍ୟବସ୍ଥା ନାହିଁ ପ୍ରାକୃତିକ ବିପର୍ଯୟ ହେଲେ କ୍ଷିତିପୂରଣ ନ ଥିବାରୁ ଚାଷୀ ବେଳେବେଳେ ନିରୁତ୍ସାହିତ ହୋଇ ଚାଷ ଛାଡି ଦିଅନ୍ତି। ଏଣୁ ଚଳିତ ବର୍ଷ ଠିକ ଭାବରେ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ ଚାଷୀଙ୍କ ଉଚିତ କ୍ଷତିପୂରଣ ଦିଆଯାଉ ବୋଲି ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ। ଜିଲ୍ଲା କୃଷି ଅଧିକାରିଣୀ ମମତା ତ୍ରିପାଠୀ କ୍ଷେତ୍ର ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି।

