Spread the love

### ଆଜି ବଲାଙ୍ଗୀରରେ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର

୨.୯୧ ଲକ୍ଷ ପରିବାରକୁ ଘର ଆବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ଓ ଆର୍ଥିକ ଅନଗ୍ରସର ପରିବାରକୁ ନିଜସ୍ୱ ପକ୍କା ଘର ଯୋଗାଇଦେବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ଆଜି ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଏକ ବୃହତ୍ ଗୃହ ଆବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨.୯୧ ଲକ୍ଷ ହିତାଧିକାରୀ ପରିବାରକୁ ଆବାସ ଗୃହ ଆବଣ୍ଟନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇ ହିତାଧିକାରୀଙ୍କୁ ଘର ବଣ୍ଟନ କରିବେ। କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ରହିବେ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ପକ୍କା ଘର କେବଳ ଏକ ମୌଳିକ ଆବଶ୍ୟକତା ନୁହେଁ, ଏହା ପ୍ରତ୍ୟେକ ପରିବାରର ସୁରକ୍ଷା, ସ୍ୱାଭିମାନ ଓ ସମ୍ମାନଜନକ ଜୀବନର ପରିଚୟ। ସରକାରଙ୍କ ଏହି ଜନକଲ୍ୟାଣକାରୀ ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳର ଅନେକ ଗରିବ ପରିବାରଙ୍କ ବହୁଦିନର ନିଜସ୍ୱ ଘର ସ୍ୱପ୍ନ ପୂରଣ ହେବା ସହ ସେମାନଙ୍କ ଜୀବନରେ ନୂଆ ଆଶା ଓ ସୁରକ୍ଷା ଆସିବ।

ଏହି ଅବସରରେ ସମସ୍ତ ହିତାଧିକାରୀ ପରିବାରକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *