ଆଦର୍ଶ ବିଦ୍ୟାଳୟ ଓ ଗ୍ରିଡ୍ ଷ୍ଟେସନ ପଛ ପାଖରେ ଫିଙ୍ଗା ଯାଇଛି ବୁରାଵୁରା ଚାଉଳ ଓ କିଛି ରେସନ୍ କାର୍ଡ।
ସରକାରୀ ସଦୁପଯୋଗ ର ଅଭାବନୀୟ ପରିସ୍ଥିତି, ବଡ଼ବିଲ ଆଦର୍ଶ ବିଦ୍ୟାଳୟ ଓ ଗ୍ରିଡ୍ ଷ୍ଟେସନ ପଛ ପାଖରେ ଫିଙ୍ଗା ଯାଇଛି ବୁରାବୁରା ଚାଉଳ ଓ କିଛି ରେସନ୍ କାର୍ଡ, କିଏ ଓ କାହିଁକି କରିଛି ଏପରି ଘୁଣ୍ୟ କାର୍ଯ୍ୟ, ଏତେ ମାତ୍ରାରେ ଚାଉଳ ଫିଙ୍ଗା ଯାଇଛି ଯେ ହାତୀ ବି ଖାଇକି ସାରି ପାରିଲେନି ଶେଷରେ ଗାଈ ଗୋରୁ ବି ଖାଇ ଖାଇ ଥକିଗଲେ ଓ ଛାଡ଼ି ପଳାଇଲେ, ଗରିବ ଲୋକ ଦି ଓଳି ଓ ଦି ମୁଠା ଖାଇବାକୁ ପାଉନଥିବା ବେଳେ ଏତେ ମାତ୍ରାରେ ଚାଉଳ ଫିଙ୍ଗା ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ତେବେ ଆଞ୍ଚଳିକ ପ୍ରଶାସନ ଅଧିକାରୀ ଏ ବିଷୟରେ ତଦନ୍ତ କରି ଏହି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ହୁଏ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
