Spread the love

ଆରପିଡ଼ିଏସି ବୈଠକରୁ ମିଳୁନି ସଫଳତା
ତାଳଚେର, ୦୫/୧୦ ତାଳଚେରରେ ଥିବା ବିଭିନ୍ନ ରଷ୍ଟ୍ରାୟତ ଉଦ୍ୟେଗ କୋଇଲା ଖଣି, ଏନଟିପିସିି, ଟିଟିପିଏସ୍‌, ସମଲବ୍ୟାରେଜ ଓ ରେଙ୍ଗାଳିବନ୍ଧ ଯୋଜନାରେ ସ୍ଥାନୀୟ ପ୍ରଜାଙ୍କର ଶହଶହ ଏକର ଚାଷଜମି ଘାରବାଡ଼ି ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ବେଳେ ଏହାର ପ୍ରତିବଦଳରେ ସେମାନଙ୍କ ମଧ୍ୟରୁ କ୍ଷତିଗ୍ରସ୍ଥ ଓ ପ୍ରଭାବିତ ଲୋକ ପ୍ରାୟ ସୁଫଳ ପାଇପାରୁ ନାହାନ୍ତି । ଜମି ହରାଇଥିବା ଅଂଚଳବାସୀ ନିଜର କୌଳିତ ବୃତି ହରାଇବା ସହ ଏବେ ସେମାନେ ବେସାହାରା ହୋଇ ପଡ଼ିଛନ୍ତି । ସରକାରଙ୍କର ଥଇଥାନ ବ୍ୟବସ୍ଥାନ ନିୟମ ଅନୁଯାୟୀ ବିସ୍ଥାପିତଙ୍କ ଲାଗି ରିହାବିଲିଷ୍ଟେସନ୍ ଆଣ୍ଡ ପେରିଫେରି ଡ଼େଭଲୋପମେଂଟ୍ ଆଡ଼ଭାଇଜର୍ କମିଟି (ଆରପିଡ଼ିଏସି) ଗଠନ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରୀତାରେ କ୍ଷତିଗ୍ରସ୍ତ ସୁଫଳ ପାଇପାରୁ ନାହାନ୍ତି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । କମ୍ପାନୀ କର୍ତୁପକ୍ଷ ସ୍ଥାନୀୟ ରାଜନେତା ପ୍ରଶାସନ ମିଳିତ ଉଦ୍ୟମରେ ପ୍ରଜାମାନଙ୍କ ଲାଗି ଯେଉଁ ନିଷ୍ପତି ନିଆଯାଇଛି ତାହା କାର୍ଯ୍ୟକାରୀ ହେବା ତ ଦୂରର କଥା କେବଳ କ୍ଷତିଗ୍ରସ୍ତ ପ୍ରଜା ଦହଗଞ୍ଜ ହେବା ଛଡ଼ା ଆଉ ରାସ୍ତା ଫିଟୁନି ବୋଲି ଚର୍ଚ୍ଚା ହେଉଛି । ଏହି କମିଟି ସଠିକ୍ ସମୟରେ ମଧ୍ୟ ବସିପାରେ ନାହିଁ । ଯେତେ ବେଳେ ଏହି କମିଟିର ବୈଠକ ହେଉଛି ବିସ୍ଥାପିତଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଇ ପରବର୍ତି ମୂହର୍ତରେ ଆଉ ଶୁଣି ନଥାନ୍ତି । ଏହି ବୈଠକରେ କମ୍ପାନୀ ଗୁଡ଼ିକ କାର୍ଯ୍ୟଧାରା ନେଇ ଅନେକ ସମୟରେ ରାଜନେତାମାନେ କମ୍ପାନୀ କର୍ତୁପକ୍ଷ କୌଣସି କଥା ଶୁଣୁନାହାନ୍ତି କହି ଏହାର ପ୍ରତିବାଦରେ ବୈଠକ ଅଧାରୁ ଚାଲି ଯାଉଛନ୍ତି । ଏହା ଦ୍ୱାରା ବିସ୍ଥାପିତ ପ୍ରଜାମାନେ ହଇରାଣ ହରକତ ହେଉଛନ୍ତି । ଯାହା ଫଳରେ ଜମିହରା ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ବର୍ଷ ବର୍ଷ ଅପେକ୍ଷା ପରେ ବାଧ୍ୟହୋଇ ଆନ୍ଦୋଳନ ପନ୍ଥା ଅବଲମ୍ବନ କରୁଛନ୍ତି । ଆରପିଡ଼ିଏସି କମିଟିର ସଦସ୍ୟ ଥିବା ପ୍ରତିନିଧିମାନେ ଏହି ଆନ୍ଦୋଳନକୁ କେତେକାଂଶରେ ସମର୍ଥନ କରୁଥିବା ବେଳେ ଅନ୍ୟ କେତେକ ପରିସ୍ଥିତିରେ କମ୍ପାନୀକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହି କମିଟିର ସଦସ୍ୟମାନେ ବିସ୍ଥାପିତ ଗ୍ରାମବାସୀଙ୍କ ସହ ବସି ଜିଲ୍ଳା ପ୍ରଶାସନ ସହିତ ବିସ୍ଥାପିତ ମାନଙ୍କ ସମସ୍ୟା ନେଇ ବାରମ୍ବାର ସମୀକ୍ଷା ବୈଠକ କରାଇ ସମସ୍ୟା ଗୁଡ଼ିକୁ ଯଦି ଠିକଢଙ୍ଗରେ ଉପସ୍ଥାପନ କରିପାରିନ୍ତେ ଏହା କମ୍ପାନୀ ମାନଙ୍କ ଉପରେ ଚାପ ସୃଷ୍ଟି ହୁଅନ୍ତା ଏବଂ କ୍ଷତିଗ୍ରସ୍ତ ଲୋକମାନେ ନିଜର ହକ୍ ପାଇପାରନ୍ତେ । ଏହା ନହେବା ଫଳରେ ଜମିବାଡ଼ି ହରାଇ ସର୍ବସ୍ୱାନ୍ତ ହୋଇଥିବା ବିସ୍ଥାପିତ ପରିବାର ଗୁଡ଼ିକ ରାଜନୀତି ପଶାପାଲିରେ କେବଳ ହନ୍ତସନ୍ତ ହେବା ସାର ହେଉଛି ବୋଲି କୁହାଯାଇଛି । ଏଠାରେ ରାଜନୀତି ଲୋକମାନେ ବିସ୍ଥାପିତଙ୍କ ପ୍ରକୃତ ସମସ୍ୟା ସଠିକ୍ ଢ଼ଙ୍ଗରେ ନଜର ନଦେଇ ଉଦାସୀନତା ରହୁଥିବାରୁ ଯୋଗୁଁ ଏହା ବେଶ୍ କମ୍ପାନୀମାନଙ୍କ ସୁବିଧା ସ୍ଥିତି ଆଣି ଦେଉଛି । ଜମିହରା ପ୍ରଜାର ନିଜଚାଷ ଜମି ସହିତ ତାର ଘରବାଡ଼ି ଦେଶର ବୃହତ ସ୍ୱାର୍ଥପାଇଁ ଟେକି ଦେଉଥିବା ବେଳେ ଆଜି ସେମାନେ ଅନ୍ଧାରରେ ।

Leave a Reply

Your email address will not be published. Required fields are marked *