କାର୍ତ୍ତିକ ମାସର ଶେଷ ସୋମ ବାର ବିଭିନ୍ନ ଶୈବ ପୀଠ ରେ ଭକ୍ତ ଙ୍କ ଭିଡ଼
ଢେଙ୍କାନାଳର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼!
କାର୍ତ୍ତିକ ଶେଷ ସୋମବାର ଓ ବଡ ଓଷା ଅବସରରେ ଶିବମୟ ହେଲା ପରିବେଶ
କାର୍ତ୍ତିକ ମାସର ଶେଷ ସୋମବାର ସାଙ୍ଗକୁ ବଡ ଓଷା। ଏହି ପବିତ୍ର ଅବସରରେ ଢେଙ୍କାନାଳ ସହରର ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳିଛି ପ୍ରବଳ ଭକ୍ତଙ୍କ ସମାଗମ।

ଭୋର ସମୟରୁ ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ବେଳେ, ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ କରିବା ସହ ଜଳାଭିଷେକ ଓ ପୂଜାର୍ଚ୍ଚନା କରିଛନ୍ତି।
ଭକ୍ତମାନେ କ୍ଷୀର, ବେଲପତ୍ର, ବିଭିନ୍ନ ପ୍ରକାରର ଫୁଲ, ଭୋଗ, ଦୀପ ଓ ଧୂପ ନେଇ ମହାଦେବଙ୍କ ନିକଟରେ ଅର୍ପଣ କରିଛନ୍ତି। ଏହା ସହିତ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ଭକ୍ତମାନେ ପ୍ରଭୁ ଶିବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।
ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ହର ହର ମହାଦେବ ଜୟଧ୍ୱନିରେ ଶୈବପୀଠଗୁଡ଼ିକରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ।
କାର୍ତ୍ତିକ ମାସର ପବିତ୍ର ସୋମବାର ଓ ବଡ ଓଷା ଏକାଠି ପଡ଼ିଥିବାରୁ ଶିବଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଛି।
