ଖରିପଧାନ ସଂଗ୍ରହ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ତାଳଚେର, ୨୬/୧୧ ତାଳଚେର ନିୟୋନ୍ତ୍ରିତ ବଜାର କମିଟି ତ୍ରୟୋମାସିକ ବୈଠକ ଆରଏମସି ଅଧ୍ୟକ୍ଷ ତଥା ତାଳଚେର ଉପଜିଲ୍ଳାପାଳ ପ୍ରଜ୍ଞାନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ବିଭିନ୍ନ କାର୍ଯ୍ୟକ୍ରମ, ଆର୍ଥିକ ସ୍ଥିତି ଏବଂ ଆଗାମୀ ଯୋଜନା ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ନିୟନ୍ତ୍ରିତ ବଜାର କମିଟିର ରାଜସ୍ୱ ଆଦାୟ କରିବା ଦିଗରେ ପଦକ୍ଷେ ନିଆଯାଇଥିଲା । ଏହା ସହ ଆରଏମସି ବଜାର ଭିତିଭୂମିର ଉନ୍ନତିକରଣ ଏବଂ ଚାଷୀ ଓ ବ୍ୟବସାୟୀଙ୍କ ପାଇର୍ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏତଦ୍ ବ୍ୟତୀତ ଆଗାମୀ ଖରିପଧାନ ସଂଗ୍ରହ ଋତୁକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ବ୍ୟାପକ ପ୍ରସ୍ତୁତିକୁ ନେଇ ସମୀକ୍ଷା କରାଯାଇଥିଲା । ଧାନ ମଣ୍ଡି ଗୁଡ଼ିକରେ ଯେପରି ଚାଷୀମାନେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଓ ଧାନ ସଂଗ୍ରହ ପ୍ରକ୍ରିୟ ସ୍ୱଚ୍ଛ ଓ ଶୃଙ୍ଖଳିତଭାବେ ପରିଚାଳିତ ହୁଏ ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ ।
