ଗମନା ଗମନ କ୍ଷେତ୍ରରେ ଜାତୀୟ ରାଜପଥ ର ଶୋଚନୀୟ ଅବସ୍ଥା ଦେଖି ରାସ୍ତା ଓ ରେଳ ରୋକ ଆନ୍ଦୋଳନ କଲେ ପୂର୍ବତନ ସାଂସଦ ।
ତାଳଚେର ୨/୧୦ ତାଳଚେର ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ଓ ୫୩ ନମ୍ବର ରାସ୍ତାର ଖାଲ ଖମନ ଓ ଶୋଚନୀୟ ଅବସ୍ଥା ଲୋକଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ସୃଷ୍ଟି କରିଛି। ତେଣୁ ଏହାର ସମାଧାନ ପାଇଁ ଢେ଼ଙ୍କାନାଳ ର ପୂର୍ବତନ ସାଂସଦ ତଥା ତାଳଚେର ପାଲଲହଡା ର ପୂର୍ବତନ ବିଧାୟକ ମହେଶ ସାହୁ ତାଳଚେର ଗୋଡିବନ୍ଧ ନିକଟସ୍ଥ ନୂଆ ବଲଣ୍ଡା ଠାରେ ଉଭୟ ରାସ୍ତା ଓ ରେଳ ରୋକ ଆନ୍ଦୋଳନ କରିଥଲେ ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଗୁଡ଼ିକ ଅଟକି ରହିଥିବା ଦେଖିବାକୁ ମିଳିଥିଲା ଏବଂ ଏଥିସହିତ ରେଳ ରୋକ ଆନ୍ଦୋଳନ ଯୋଗୁଁ ଏନଟିପିସି କୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଏହି ରାସ୍ତା ବର୍ତ୍ତମାନ ଅଞ୍ଚଳ ବାସୀଙ୍କ ପାଇଁ ଏକ ରକମ ଯମଯନ୍ତ୍ରଣା ଭଳି ଦୁଃଖ ପାଲଟିଛି । ଏଵଂ ଏହି ୧୪୯ ନମ୍ବର ଜାତୀୟ ରାଜପଥ ଅସୁରକ୍ଷିତ ହୋଇପଡିଥିବାରୁ ବିଗତ କେଇ ମାସ ମଧ୍ୟରେ ମୁଣ୍ଡ ପରେ ମୁଣ୍ଡ ଗଡିଛି। ଏହାକୁ ଦେଖି ମଧ୍ୟ ପ୍ରଶାସନ ରାଜନେତା ସମସ୍ତେ ଚୁପ ବସିବା ଆଶ୍ଚର୍ଯ୍ୟ କରିଛି । ଏହାର ସୁଯୋଗ ନେଇଛି ଜାତୀୟ ରାଜପଥ ବିଭାଗ। ଖାଲ ଖମଣ ରାସ୍ତା ସାଧାରଣ ଲୋକଙ୍କ ପାଇଁ କଷ୍ଟ ଦେଉଥିବା ବେଳେ , ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତେଣୁ ଏଥିପ୍ରତି କେହୀ ଦୃଷ୍ଟି ନ ଦେବାରୁ ବାଧ୍ୟ ହୋଇ ରାଜ ରାସ୍ତା ସହିତ ରେଳ ରୋକ କରି ଅର୍ଥନୈତିକ ଅନ୍ଦୋଲନ ତଥା ଅବରୋଧ ପ୍ରତୀକ ଭାବେ ଏବଂ ପର୍ଯ୍ୟାୟ କ୍ରମେ କରିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ। ଏହି ଆନ୍ଦୋଳନ ପ୍ରଜାୟ କ୍ରମେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଆଗାମୀ ଶନିବାର ଦିନ ବିଜୁଗୁଳ ପଂଚାୟତ ଆମ୍ବପାଳ ନିକଟସ୍ଥ ପୁଣି ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ତେବେ ଦାବୀ ମଧ୍ୟରେ ରାସ୍ତାରେ ରାସ୍ତାକୁ ଯଥା ଶୀଘ୍ର ମରାମତି ନ ହେବା ଯାଏ ଭାରିଯାନ ଚଳାଚଳ କୁ ନିଷିଦ୍ଧ କରାଯିବା ସହିତ କେନ୍ଦ୍ରସରକାର ଓଡ଼ିଶା ଭଳି ରାଜ୍ୟ ସରକାରଙ୍କ ଠାରୁ ଖଣି ମାଲିକାନା କୁ ଛଡ଼ାଇ ନେବା ପାଇଁ ଏମ୍ ଏମ୍ ଡି ଆର ନିୟମ କୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ ଦାବୀରେ ଉଲ୍ଲେଖ ରହିଛି। ମହେଶ ସାହୁ ଙ୍କ ନେତୃତ୍ୱରେ ଚାଲି ଥିବା ଅର୍ଥନୈତିକ ଅବରୋଧ ଆନ୍ଦଳନ ରେ ଗାନ୍ଧୀ ବିଚାର ମଞ୍ଚ , ବାବୁଲା ଶତପଥୀ, ଲିପୁ ରଥ, କୁଶ ବିହାରୀ ସାମଲ,ସୌଭାଗ୍ୟ ପ୍ରଧାନ କିଶୋର ପ୍ରଧାନ ନିର୍ମଳ ସାହୁ, ଅଶୋକ ପ୍ରଧାନ, ଇନ୍ଦ୍ରମଣି ପ୍ରଧାନ, ବିଜୟ ନନ୍ଦ ସୁନିଲ ପ୍ରଧାନ ଅଜିତ ବେହେରା, ବିଶ୍ୱଜିତ୍ ବେହେରା, ଶ୍ରୀପତି ପ୍ରଧାନ, ଅମୂଲ୍ୟ ପ୍ରଧାନ ପ୍ରମୁଖଙ୍କ ସମେତ ବିଜୁ ଜନତା ଦଳ କର୍ମୀ ସମର୍ଥକ ମାନେ ସାମିଲ୍ ଥିଲେ।ପ୍ରଶାସନ ପକ୍ଷରୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆନ୍ଦୋଳନ କୁ ଆଗାମୀ ଦିନରେ ତୀବ୍ରତର କରାଯିବ ବୋଲି ପୂର୍ବତନ ସାଂସଦ ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି।।
