Spread the love

ଗୁଜୁରାଟର ଏକତା ନଗରରେ ଓଡ଼ିଶାର କଳା ଓ ସଂସ୍କୃତି ପ୍ରଦର୍ଶିତ

‘ଭାରତ ପର୍ବ’ କାର୍ଯ୍ୟକ୍ରମର ସାଂସ୍କୃତିକ ସନ୍ଧ୍ୟାରେ ବିଶେଷ ଆକର୍ଷଣ ସାଜିଛି ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ

ଭୁବନେଶ୍ୱର
୧୧ ନଭେମ୍ବର, ୨୦୨୬

ଗୁଜୁରାଟର ଏକତା ନଗରେ ଆୟୋଜିତ ହେଉଥିବା ‘ଭାରତ ପର୍ବ’ କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତିର ଝଲ୍‌କ ଦେଖିବାକୁ ମିଳୁଛି। ‘ଭାରତ ପର୍ବ’ କାର୍ଯ୍ୟକ୍ରମରେ ଆୟୋଜିତ ହେଉଥିବା ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶାର ଶାସ୍ତ୍ରୀୟ ଓ ଲୋକନୃତ୍ୟ ପରିବେଷଣ କରାଯାଉଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦୁଇଟି ସାଂସ୍କୃତିକ ଦଳଙ୍କୁ ଏକତା ନଗରକୁ ପଠାଯାଇଛି, ଯେଉଁମାନେ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶାର କଳାକାରମାନେ ଓଡ଼ିଶୀ ଓ ସମ୍ବଲପୁର ନୃତ୍ୟ ପରିବେଷଣ କରିଛନ୍ତି ଯାହାକୁ ଦର୍ଶକମାନେ ବେଶ୍ ପ୍ରଶଂସା କରିଛନ୍ତି।

ସଂସ୍କୃତି ବିଭାଗର ଏହି ପଦକ୍ଷେପ ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବା ସହ ସାଂସ୍କୃତିକ ଭାବବିନିମୟକୁ ସୁଦୃଢ଼ କରୁଛି।

ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଏକତା ନଗର ଠାରେ ‘ଭାରତ ପର୍ବ’ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହା ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *