Spread the love

*ଗୋପାଲପୁର ଆଶ୍ରମ ସ୍କୁଲରେ ଜନ ଜାତୀୟ ଗୌରବ ଦିବସ ପାଳିତ*

ଭଟଲି (ଅଭିମନ୍ୟୁ ପଧାନ ):- ଜାତୀୟ ଆନ୍ଦୋଳନର ବରେଣ୍ୟ କର୍ଣ୍ଣଧାର ଜନଜାତି ନେତା ବିପ୍ଳବୀ ବୀର ସହୀଦ ବିର୍ସା ମୁଣ୍ଡାଙ୍କ ତ୍ୟାଗ ଅତୁଳନୀୟ।ଏହି ମହାନ୍ ଦେଶପ୍ରେମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଆଶ୍ରମ ବିଦ୍ୟାଳୟରେ ସହୀଦ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ଅବସରରେ ଜନ ଜାତୀୟ ଗୌରବ ଦିବସ ଏବଂ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ବଡ଼ମାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ପରିବେଶବିତ ସଞ୍ଜୟ ଖମାରୀ ଯୋଗଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଏନପିଏସ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯୋଗେଶ୍ୱର ପ୍ରଧାନ,ସମ୍ମାନିତ ଅତିଥି ଭାବରେ ଆଇସିଡିଏସ ପ୍ରତିନିଧି ମୀନା ସାହୁ,ଭଟଲି ଶାଖାର ସହକାରୀ ପୋଷ୍ଟମାଷ୍ଟର ପରଂବ୍ରହ୍ମ ମହାପାତ୍ର,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଯୁଧିଷ୍ଟିର ଭୁଏ, ଉପାଧ୍ୟକ୍ଷା ସୁନୀତା ଭୁଏ,କମିଟିର ପୂର୍ବତନ ଅଧ୍ୟକ୍ଷ ଅନନ୍ତ ସାହୁ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୁଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ ସଭା ସଂଯୋଜନା କରିଥିଲେ। ଦେଶକୁ ସ୍ବାଧୀନ କରିବାରେ ସହୀଦ ବିର୍ସା ମୁଣ୍ଡାଙ୍କ ଉତ୍ସର୍ଗୀକୃତ ମନୋଭାବ ଓ ସଂଘର୍ଷମୟ ଜୀବନୀ ସମ୍ପର୍କରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ ।ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆୟୋଜିତ ବକ୍ତୃତା ,ସଙ୍ଗୀତ , ନୃତ୍ୟ, ଗଳ୍ପ କଥନ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ପରିଚାଳନାରେ ସ୍ଥାନୀୟ ଆଶ୍ରମ ସ୍କୁଲର ମମତା ସାହୁ,ପଞ୍ଚମୀ ନାଏକ, ବିଦ୍ୟା ବାରିକ,ଜୟନ୍ତୀ ମୁନା,ଶିକ୍ଷକ ଦିଲ୍ଲୀପ ପଧାନ,ରାଜୀବ ସାହୁ, ଛତ୍ରଧାରୀ ସିଦାର, କମିଟିର ସଦସ୍ୟ ସତ୍ୟବାନ ନାଏକ, ପ୍ରତାପ ମେହେର,ଅକ୍ଷୟ ବାରିକ, ସୁନନ୍ଦ ସାହୁ,ଅଶୋକ ସାହୁ,ସଦସ୍ୟା ରୀନା ସାହୁ, ମମତା ମାଝୀ,ରୀତା ସାହୁ,କନକ ସାହୁ, ଅହଲ୍ୟା ସାହୁ,ପଦ୍ମିନୀ ବାଗ,ମହିଳା ସ୍ଵେଚ୍ଛାସେବୀ ମାନସୀ ଷଣ୍ଢ,ସାବିତ୍ରୀ ଭୁଏ,ସବିତା ବାଗ,ସାବିତ୍ରୀ ବାଡା ଏବଂ ଶିକ୍ଷାର୍ଥୀମାନଙ୍କ ସହ ସେମାନଙ୍କ ପିତାମାତା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ଦିଲ୍ଲୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *