Spread the love

ବ୍ରହ୍ମପୁର, ୧୬/୧୦ : ଗୋସାଇଁନୂଆଗାଁ ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମା’ ଦୁର୍ଗାଙ୍କ ପୂଜାର ୫୦ତମ’ ବର୍ଷ ଅବସରରେ “ସୁବର୍ଣ୍ଣ ଜୟନ୍ତୀ ଉତ୍ସବ” ମହାଆଡ଼ମ୍ବରରେ ପାଳନ କରାଯାଉଛି । ଏହି ଅବସରରେ ଦୁର୍ଗା ପୂଜା କମିଟି ପକ୍ଷରୁ ଏକ “ସାମ୍ୱାଦିକ ସମ୍ମିଳନୀ” ସ୍ଥାନୀୟ କେ ସି ହାଇସ୍କୁଲ ଖେଳ ପଡ଼ିଆ ସ୍ଥିତ ଦୁର୍ଗା ପୂଜା କମିଟି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଜଗଦୀଶ ପାଣିଗ୍ରାହୀ, ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା, ଦୁର୍ଗା ପୂଜା କମିଟି ସଦସ୍ୟ ସୁନିଲ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ୧୯୭୭ ମସିହାରୁ ଆରମ୍ଭ ହୋଇଥିବା ଏହି ଦୁର୍ଗା ପୂଜା ଦୀର୍ଘ ୫୦ ବର୍ଷ ଧରି ଏହି ପୂଜା ଗୋସାଇଁନୂଆଗାଁ ଅଞ୍ଚଳରେ ଧାର୍ମିକ ଭାବନା, ପରମ୍ପରା ଓ ଭାଇଚାରାର ପ୍ରତୀକ ହୋଇ ରହିଆସିଛି । ଏହି ବିଶେଷ ଅବସରରେ ଓଡ଼ିଶା ତଥା ବାହାର ରାଜ୍ୟର ବରିଷ୍ଠ କଳାକାରମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରତ୍ୟେକ ଦିନ ଆୟୋଜନ କରାଯାଉଛି । ମହାସପ୍ତମୀ ଦିନ ସକାଳେ ଘଟଯାତ୍ରାରୁ ଆରମ୍ଭ ହୋଇ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ, ମହାଷ୍ଟମୀ ପୂଜାରେ ବ୍ରହ୍ମପୁରର ମାର୍କଣ୍ଡେଶ୍ୱର ଭଜନ ସମାରୋହ, ମହାନବମୀ ପୂଜା ସଂଧ୍ୟାରେ ଓଲିଉଡ଼ ଗାୟକ ସସାଂକ ଏବଂ ତାଙ୍କ ସାଥିଙ୍କ କଟକ ମେଲୋଡ଼ି, ଦଶମୀ ଦଶହରା ସଂଧ୍ୟାରେ ବଲିଉଡ ଗାୟକ ତିଲକ ଚକ୍ରବର୍ତ୍ତୀ ଏବଂ ଜାଭେଦ୍ ଡ୍ୟାନ୍ସ ଗୃପ କାଲକତା ମେଲୋଡ଼ି, ୨୧ ତାରିଖ ସଂଧ୍ୟାରେ ଜଗବନ୍ଧୁ ମୁଦୁଲି ଏବଂ ତାଙ୍କ ସାଥିଙ୍କ ଭୂବନେଶ୍ୱରର ଭଜନ ସମାରୋହ, ଏବଂ ୨୨ ତାରିଖ ମଧ୍ୟାହ୍ନରେ ୫୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ ସହ ପ୍ରତିଦିନ ସଂଧ୍ୟାରେ ଆଳତୀ ପରେ ପ୍ରସାଦ ବଣ୍ଟନ କରାଯିବ ବୋଲି କମିଟି ସଭାପତି ଜଗଦୀଶ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାସହ ପ୍ରତିଦିନ ରାଜନେତା, ପ୍ରଶାସନିକ ଅଧିକାରୀ, ବ୍ରହ୍ମପୁର ସହର ତଥା ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପୂଜାରେ ଆସିବାକୁ ସ୍ଵିକୃତୀ ଦେଇଛନ୍ତି ବୋଲି ସଭାପତି ଜଗଦୀଶ ପାଣିଗ୍ରାହୀ କହିଛନ୍ତି । ଏହାସହ ଗୋସାଇଁନୂଆଗାଁ ଗ୍ରାମବାସୀ ଓ କମିଟି ସଦସ୍ୟ ମାନଙ୍କ ସହଯୋଗରେ ମା’ଙ୍କ ଆଶୀର୍ବାଦ ଏବଂ କୃପାରୁ ଏହି ଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ଭକ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ କରିବା ହେଉଛି ମୂଳ ଲକ୍ଷ୍ୟ । ଏହାସହ ପ୍ରଶାସନ,ପୋଲିସ ବିଭାଗ, ଅଗ୍ନିଶମ ବିଭାଗ,ମିଡ଼ିଆ ବନ୍ଧୁ ସହଯୋଗ କରୁଥିବାର ସମସ୍ତଙ୍କୁ କମିଟି ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି । ମାଁ ଦୁର୍ଗାଙ୍କ ଆଶିର୍ବାଦ ନେବା ପାଇଁ ସମସ୍ତ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କୁ କମିଟି ପକ୍ଷରୁ ହାର୍ଦ୍ଦିକ ନିମନ୍ତ୍ରଣ ଜଣାଇଛନ୍ତି କମିଟି ସମ୍ପାଦକ ସୁକାନ୍ତ କୁମାର ପଣ୍ଡା । ଏହି “ସାମ୍ବାଦିକ ସମ୍ମିଳନୀରେ” ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ରାମଚନ୍ଦ୍ର ସାହୁ,ଆଇନଜୀବି ଅଶ୍ୱିନୀ ପଟ୍ଟନାୟକ,ମନୋଜ ସାହୁ,ବିନୋଦ ସିଂ,ଅନନ୍ତ ପ୍ରଧାନ,ପ୍ରଫୁଲ୍ଲ ବେହେରା,କୃଷ୍ଣ ଚନ୍ଦ୍ର ଚୈାଧୁରୀ,ଫାଉଣ୍ଡେର୍ ସଦସ୍ୟ ରବି ନାରାୟଣ ସାବତ,ମଦନ ମୋହନ ପାତ୍ର,ସାଇ କୁମାର,ବାବି ସେଠୀ,ଭାର୍ଗବ ପାଢ଼ୀ ପ୍ରମୁଖ ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *