ଜିଲ୍ଲା କଲେକ୍ଟର ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ















ଅନୁଗୋଳ – 26/01- ଆଜି ହେଉଛି ପବିତ୍ର ସ୍ଵାଧୀନ ଭାରତର ଗଣତନ୍ତ୍ର ଦିବସ | ପ୍ରତିବର୍ଷ ଭଳି ଅନୁଗୋଳ ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ଏହି ଦିନକୁ ଉତ୍କଣ୍ଠାର ସହ ପାଳନ କରାଯାଇଥିଲା | ଆଜି କଲେକ୍ଟର ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କଲେକ୍ଟରେଟ କାର୍ଯ୍ୟାଳୟ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ପତାକା ଉତ୍ତୋଳନ କରିଛନ୍ତି। ଜିଲ୍ଲା ମୁଖ୍ୟାଳୟର କାର୍ଯ୍ୟାଳୟଗୁଡ଼ିକ ଓ ଚିକିତ୍ସାଳୟ ପ୍ରଭୃତି ପରିଦର୍ଶନ କରିଥିଲେ। ଗାନ୍ଧୀ ପାର୍କ ଏବଂ ଗୋପାବନ୍ଧୁ ପାର୍କରେ ଆମର ଜାତୀୟ ହିରୋମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା | 74 ତମ ଗଣତନ୍ତ୍ର ଦିବସ ପାଇଁ ମାନ୍ୟବର ମୁଖ୍ୟ ଅତିଥି ଭାବରେ କଲେକ୍ଟର ଆଜି ଜିଲ୍ଲା ଏସପି ଏବଂ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଅନୁଗୋଳ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲାପାଳଙ୍କ ଦ୍ୱାରା ଏହି ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଉଦ୍ଘାଟନ କରାଯାଇଥିଲା ଏବଂ DHH (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ) ରେ ରୋଗୀଙ୍କ ମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା ଏବଂ ଜେଲର ବନ୍ଦୀମାନଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା।
