ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ



ଢେଙ୍କାନାଳ , ତା . ୨୨ , ୦୧.୨୯୨୩ – ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଜାତୀୟ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ , ସମବାୟ ବିଭାଗ , ମୁଖ୍ୟଅତିଥି ଭାବେ ଯୋଗ ଦେଇ ସକାଳ ୮ ଟା ୩୦ ମିନିଟ ସମୟରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ମହାପୁରୁଷମାନଙ୍କ ସ୍ମୃତିଚାରଣ କରିବା ସହିତ ଦେଶ ଗଠନରେ ଢେଙ୍କାନାଳ ଜିଲ୍ଲାର ବରପୁତ୍ରମାନଙ୍କ ଅବଦାନ ଅବିସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି । ପ୍ୟାରେଡ କରି ଏହି ଅବସରରେ ରିଜର୍ଭ ଇନ୍ସପେକ୍ଟର ଶ୍ରୀ କବି ରଞ୍ଜନ ସେଠୀଙ୍କ ନେତୃତ୍ବରେ ପୋଲିସ ବାହିନୀ ଏବଂ ଓ.ଏସ.ଏ.ପି. , ପ୍ରଥମ ବାଟାଲିଆନ ଓ ପୋଲିସ ବ୍ୟାଣ୍ଡ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ୟାରେଡ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳର ସ୍ତରରେ ଜିଲ୍ଲା ସ୍ତରୀୟ ବକ୍ତୃତା , ଦେଶାତ୍ମବୋଧ ସଙ୍ଗୀତ ଗାନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ , ଆନ୍ତର୍ଜାତିୟ ସ୍ତରରେ ଚେସ ଖେଳ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶ୍ରୀମାନ ସୂର୍ଯ୍ୟ ପ୍ରାଞ୍ଜଳ ଇନ୍ଦ୍ରଜିତ ଏବଂ ଆନ୍ତର୍ଜାତିୟ ସ୍ତରର ଭାରୋତ୍ତଳନକାରୀ ଶ୍ରୀମାନ ହୃଦୟାନନ୍ଦ ଦାସଙ୍କୁ ମୁଖ୍ୟ ଅତିଥ୍ ସମ୍ମାନିତ କରିଥିଲେ । ଉତ୍ସବ ଅବସରରେ ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ , ସେଣ୍ଟ ଜାଭିୟର୍ସ ସ୍କୁଲ ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଆସନ , ଢେଙ୍କାନାଳ ପକ୍ଷରୁ ଯୋଗାଭ୍ୟାସ ପ୍ରଦର୍ଶନ କରାଯାଇଥିଲା । ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ବାହିନୀ ଭାବେ ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ସିନିୟର ଡିଭିଜନକୁ ମୁଖ୍ୟମନ୍ତ୍ରୀଙ୍କ ରନିଙ୍ଗ ସିଫ୍ଟ , ଆନନ୍ଦ ମାର୍ଗ ସ୍କୁଲକୁ ଶ୍ରେଷ୍ଠ ବେସାମରିକ ବାଳିକା ଦଳ ଭାବେ ଜିଲ୍ଲା ପ୍ରଶାସନ ରନିଙ୍ଗ ସିଫ୍ଟ , ଦିଲ୍ଲୀ ପବ୍ଲିକ ସ୍କୁଲକୁ ଶ୍ରେଷ୍ଠ ବେସାମରିକ ବାଳକ ଦଳକୁ ବୈଜ୍ଞାନିକ ଡକ୍ଟର ଦାଶରଥ୍ ମିଶ୍ର ରନିଙ୍ଗ ସି ଏବଂ ସରସ୍ଵତୀ ଶିଶୁ ବିଦ୍ୟ।ମନ୍ଦିରର ବାଳିକା ଗାଇଡ ଦଳକୁ ଶ୍ରୀ ରୁଦ୍ରନାରାୟଣ ସ୍ମାରକୀ ରନିଙ୍ଗ ଟ୍ରଫି ପ୍ରଦାନ କରାଯାଇଥିଲା । ପବିତ୍ର ଜାତୀୟ ଦିବସ ପାଳନ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରତ୍ୟୁଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ବାରା ରାମଧୁନ ପରିବେଷଣ କରାଯାଇଥିଲା । ସକାଳ ୮ ଟା ସମୟରେ ମୁଖ୍ୟ ଅତିଥ୍ ସହରସ୍ଥିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଉଦ୍ୟାନ ବିଭାଗ ଓ ରୋଟାରୀ କ୍ଳବର ଦ୍ବାରା ଆୟୋଜିତ ପୁଷ୍ପ ପ୍ରଦର୍ଶନୀ , ଷ୍ଟାଡିୟମ ପାର୍ଶ୍ବସ୍ଥ ମତ୍ସ୍ୟ କନ୍ୟା ମୂର୍ତ୍ତି ଏବଂ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ସମ୍ମୁଖସ୍ଥ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ମାନ୍ୟବର ମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଚାମ୍ବର ଅଫ କମର୍ଷ , ଢେଙ୍କାନାଳଙ୍କ ସୌଜନ୍ୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ , ସ୍ଵେଚ୍ଛାସେବୀ ଅନୁଷ୍ଠାନ ନାମୀ ଙ୍କ ସୌଜନ୍ୟ ରୁ ଜିଲ୍ଲା କାରାଗାରର କଏଦୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ , ରୋଟାରୀ କ୍ଲବ ପରିସରରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ବିଶ୍ବକୁନ୍ତଳ ଶିଶୁ ଗୃହ , ବଧୂର ବିଦ୍ୟାଳୟ , ମହର୍ଷି ଦୟାନନ୍ଦ ସର୍ଭିସ ମିଶନ , ଜୀବନ ଜ୍ୟୋତି , ଆଦୃତା ଅନୁଷ୍ଠାନର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଅପରାହ୍ନରେ ଷ୍ଟାଡିୟମ ଠାରେ ଗଣମାଧ୍ୟମ ଏବଂ ଜିଲ୍ଲା ପ୍ରଶାସନିକ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଏବଂ ମହିଳା ମାନଙ୍କ ମଧ୍ୟରେ ମ୍ୟୁଜିକାଲ ଚେୟାର ଖେଳ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଗୋପବନ୍ଧୁ ଟାଉନ ହଲ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଜାତୀୟ ଉତ୍ସବରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ , ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ବ ) ଙ୍କ ସମେତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧ୍ୟାକାରୀ , ନିର୍ବାଚିତ ଲୋକ ପ୍ରତିନିଧ୍ , ଗଣମାଧ୍ୟମର ପ୍ରତିନିଧ୍ ଏବଂ ଜନସାଧାରଣ ଯୋଗ ଦେଇଥିଲେ । ସାଧାରଣତନ୍ତ୍ର ଦିବସର କାର୍ଯ୍ୟକ୍ରମକୁ ଶ୍ରୀ ଅବନୀ କୁମାର ମିଶ୍ର ସଂଯୋଜନା କରିଥିଲେ ।
