Spread the love

ଜୁନାଗଡ଼ରେ ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ

ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଜୁନାଗଡ଼,୨୯/୧୦(ବାଲେଶ୍ୱର ସୁନାନୀ,ଜାଗ୍ରତ ଭାରତ ନୀୟୁଜ ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ଅଞ୍ଚଳର ବୁଦ୍ଧିଜୀବୀ, ବିଜେପିର ବରିଷ୍ଠ ନେତା ଓ ଦଳୀୟ କର୍ମୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ମତବିନିମୟ କରିଥିଲେ। ଏହି ଅବସରରେ ଜୁନାଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ବିଜେପି କଳାହାଣ୍ଡି ଜିଲ୍ଲା ଉପସଭାପତି ତଥା ଜୁନାଗଡ଼ର ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଭବସିନ୍ଧୁ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ମିଳନୀରେ ସମାଜ ଗଠନ ଓ ଅଞ୍ଚଳର ବିକାଶ କ୍ଷେତ୍ରରେ ବୁଦ୍ଧିଜୀବୀଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଜୁନାଗଡ଼ ଅଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ, ଜନସାଧାରଣଙ୍କ ସମସ୍ୟା ଏବଂ ଏହାର ସମାଧାନ ଦିଗରେ ମତବିନିମୟ କରାଯାଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଓ ଜ୍ଞାନ ହାସଲ କରିଥିବା ବୁଦ୍ଧିଜୀବୀମାନେ ଅଞ୍ଚଳର ଉନ୍ନତି ଓ ଜନସାଧାରଣଙ୍କ ଆବଶ୍ୟକତା ସମ୍ପର୍କିତ ଆଲୋଚନାରେ ଭାଗ ନେଇଥିଲେ। ବୁଦ୍ଧିଜୀବୀଙ୍କ ସହ ଏଭଳି ମତବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସମସ୍ୟା ଓ ବିକାଶ ସମ୍ପର୍କିତ ଚିନ୍ତାଧାରାକୁ ଆଗକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଦଳୀୟ ନେତା, କର୍ମୀ ଓ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ଉପସ୍ଥିତି ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ କରିଥିଲା।

Leave a Reply

Your email address will not be published. Required fields are marked *

You missed