Spread the love

ଦିନଦ୍ବିପହରରେ ବ୍ୟାଙ୍କ ପରିସରରୁ ବରିଷ୍ଠ ନାଗରିକଙ୍କ ଠାରୁ ୫୦ ହଜାର ଟଙ୍କା ଲୁଟ୍ ଅଭିଯୋଗ ।

କେନ୍ଦୁଝରଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ଦିନ ଦ୍ୱିପ୍ରହରରେ ବ୍ୟାଙ୍କ୍ ପରିସରରୁ ଲୁଟ୍ ଅଭିଯୋଗ। ଚମ୍ପୁଆଥାନା ଅନ୍ତର୍ଗତ ଚମ୍ପୁଆ ସହରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୫୦ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ଅନୁଯାୟୀ, ଶଶାଙ୍ଗ ଗ୍ରାମର ଧନେଶ୍ୱର ମହାକୁଡ଼ ନିଜ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ ପାଇଁ ଉକ୍ତ ବ୍ୟାଙ୍କ ଶାଖାରୁ ୫୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ଗଣି ସାରିବା ପରେ ସେ ତାହାକୁ ନିଜ ପ୍ୟାଣ୍ଟ ପକେଟରେ ରଖି କାଉଣ୍ଟର ନିକଟରେ ପାସ୍ ବୁକ୍ ଅପଡେଟ୍ କରୁଥିଲେ। କାମ ସାରିବା ପରେ ଧନେଶ୍ୱର ନିଜ ପକେଟ୍ ଯାଞ୍ଚ କରିବାରୁ ଟଙ୍କା ପକେଟ୍ ମାର୍ ହୋଇଥିବା ଜାଣିବାକୁ ପାଇଥିଲେ। ସେ ତୁରନ୍ତ ଏ ବାବଦରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହିତ ଚମ୍ପୁଆ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଲୁଟ୍ କରିଥିବା ଦୁବୃର୍ତ୍ତଙ୍କ ସମ୍ପର୍କରେ କୌଣସି ସୁରାକ୍ ମିଳିପାରି ନାହିଁ। ଦିନଦ୍ୱିପ୍ରହରରେ ବ୍ୟାଙ୍କ ଭିତରେ ଏହିଭଳି ଘଟଣା ଘଟିବା ପରେ ଗ୍ରାହକମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *