ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଦ୍ଵାରୀ କାଶିପାଲି
ଭଟଲି (ଅଭିମନ୍ୟୁ ପଧାନ ):- ଦ୍ବାରୀ କାଶିପାଲି ଦୂର୍ଗା ମନ୍ଦିର ରେ ଅଷ୍ଟମୀ ତିଥିରେ ମହାଗୌରୀ ରୂପେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମାଁ ଦୁର୍ଗା । ଏହି ଅବସରରେ ମଣ୍ଡପ ସମ୍ମୁଖରେ ମାଁ ଦୂର୍ଗା ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଶ୍ରୀଯୁକ୍ତ ରୁସଭ ଭୁଏ ଙ୍କ ସଭାପତିତ୍ବରେ ତଥା ପୂଜା କମିଟି ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ମୁଖ୍ୟ ଅତିଥି ଭାବେ ମାଧବ ମାଝୀ ଯୋଗଦାନ କରିଥିଲେ । କମିଟି ର ଉପସଭାପତି ଦେବାର୍ଚନ ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ନୃତ୍ୟ ପ୍ରତିଯୋଗୀତା ପାଇଁ ସ୍ବାଧିନ କୁମାର ସାହୁ, ଦୁଲାର ସିଂହ ପଟେଲ, କୃତାର୍ଥ ନାୟକ,ଶୋଭାରାମ୍ ସାହୁ ଵିଚାରକ ଦାୟିତ୍ଵ ତୁଲାଇଥିଲେ । ନୃତ୍ୟ ରେ ଆରିୟା ପଧାନ ପ୍ରଥମ, କବିତା ଦାସ ଦ୍ବିତୀୟ, ପୂଜା ଭୁଏ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇ ଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ, ଗୋବର୍ଦ୍ଧନ , ରୋହିତ, ପଦ୍ମନ, ପାଣ୍ଡବ,ବିନୋଦ,ଉଦ୍ର, ମଙ୍ଗଳୁ, ଶେଷଦେବ, ଲକ୍ଷ୍ମଣ, ଭିକାରି, ଡୋଲାମଣି, ତୁଳସୀ ତଥା କମିଟି ର ସମସ୍ତ ସଭ୍ୟ ସଭ୍ୟା ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଦେବାଶିଷ ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
