Spread the love

ପ୍ରଦ୍ୟୁଷିତ ଓ ରାସ୍ତାଘାଟ ଜନିତ ସମସ୍ୟାରେ ଲୋକେ ଜର୍ଜରିତ
ତାଳଚେର, ୧୫/୧୧ ତାଳଚେରରେ ବର୍ଷବର୍ଷ ଧରି ପ୍ରଦ୍ୟୁଷିତ ଓ ରାସ୍ତାଘାଟ ଜନିତ ସମସ୍ୟା ରହିଥିଲେ ସୁଦ୍ଧା ତାହାର ନିରାକରଣ ଅଦ୍ୟାବଧି ହୋଇ ନପାରିବା ଏକ ଉଦବେଗ ବିଷୟ ପାଲଟିଛି । ତାଳଚେର ବ୍ଲକର ତାଳବେଡ଼ା ଠାରୁ ଚାଇଁପାଳ ଦେଇ ବଅଁରପାଳ ଯାଇଥିବା ଜାତୀୟ ରାଜପଥରେ ଯାତାୟତ କରିବା ଯମଯନ୍ତ୍ରଣା ପାଲଟିଛି । ରାସ୍ତା ପାଶ୍ୱର୍ରେ ରହିଥିବା ଗ୍ରାମାଚଂଳ ଓ ସହରାଚଂଳ ଲୋକେ ଦୀର୍ଘବର୍ଷ ହେବ ରାସ୍ତାରୁ ଉଡ଼ୁଥିବା ପ୍ରଚୁର କୋଇଲା ଗୁଣ୍ଡ ମିଶ୍ରିତ ଧୂଳିଧୂଆଁରେ ଅଣନିଶ୍ୱାସୀ ହେବା ସହିତ ଦୈନନ୍ଦିନ ଦୁର୍ଘଟଣା ଶୀକାର ହେଉଥିବା ଘଟଣା ଅଂଚଳବାସୀଙ୍କୁ ବ୍ୟଥିତ କରି ପକାଉଛି । ତେଲ ପକାଇବା ତଥା ମରାମତି କରିବା ନାମରେ ରାଜପଥ ପାଶ୍ୱର୍ରେ ମନଇଚ୍ଛା ରଖିବାକୁ ଯୋଗୁଁ ରାସ୍ତା ସଙ୍କୁଚିତ ହେବା ଯୋଗୁଁ ଦୁର୍ଘଟଣା ମାତ୍ରା ବୃଦ୍ଧି ପାଉଛି । ଦୈନିକ ଶହଶହ ଟ୍ରକ ଯାତାୟତ ଯୋଗୁଁ ତାଳଚେର ଟ୍ରାଫିକ୍ ବ୍ୟବସ୍ଥା ବିର୍ଯ୍ୟସ୍ତ ସାଙ୍ଗକୁ ୧୩ କିମି ରାସ୍ତାକୁ ଅତିକ୍ରମ କରିବାକୁ ପ୍ରାୟ ୪ରୁ ୫ ଘଂଟା ଲଗାଯାଇଛି । ବେଳେ ବେଳେ ଜରୁରୀକାଳୀନ ଗାଡ଼ି ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ୍‌, ଅଗ୍ନିଶମ ଗାଡ଼ି ଗୁଡ଼ିକ ମଧ୍ୟ ଏହି ରାସ୍ତାର ଯାଇ ନପାରି ଦୀର୍ଘ ସମୟଧରି ଅପେକ୍ଷା କରୁଥିବା ଲକ୍ଷ୍ୟ କରାଯାଉଛି । ପ୍ରକାଶ ଥାଉକି, ତାଳଚେର ଉପଖଣ୍ଡରେ ବିଭିନ୍ନ କୋଇଲାଖଣି, ଏନଟିପିସି, ଡ଼େରେଙ୍ଗ ଜିନ୍ଦଲ ଆଦି ଶିଳ୍ପାନୁଷ୍ଠାନ ରହିଛି । ଏହି କୋଇଲା ଖଣିରୁ ଓ ଏନଟିପିସି, ଜିନ୍ଦଲରୁ ହଜାର ସଂଖ୍ୟକ କୋଇଲା ଓ ପାଉଁଶ ବୋଝେଇ ଟ୍ରକ ଏହି ଜାତୀୟ ରାଜପଥ ଉପରେ ଚଳପ୍ରଚଳ କରିଥାନ୍ତି । ପଳତଃ ଗୁଡ଼ିକରୁ ଆସୁଥିବା କୋଇଲା ଗୁଣ୍ଡ ମିଶ୍ରିତ ଧୂଳିଧୂଳିଆରେ ପାଉଣା ଏହି ଜାତୀୟ ରାଜପଥରେ ପଡ଼ିବାରୁ ଜାତୀୟ ରାଜପଥଟି ସମ୍ପୂର୍ଣ୍ଣଭାବେ ଧୂଳିଧୂଳିରେ ଆକ୍ତମାକ୍ତା ହୋଇ ପଡ଼ୁଛି । ଜାତୀୟ ରାଜପଥ ଅଣଓସାରିଆ ସାଙ୍ଗକୁ ଏତେ ସଂଖ୍ୟକ ଟ୍ରକ ଚଳାଚଳ ଜନିତ ବ୍ୟାପକ କୋଇଲା ଗୁଣ୍ଡ ମିଶ୍ରିତ ଧୂଳିଧୂଆଁରେ ଦିନ ରାସ୍ତାଘାଟ ଠିକଭାବେ ଦେଖାଯାଇ ନଥାଏ । ଏମାନଙ୍କ ମଧ୍ୟରେ ଯାଇଥିବା ସାଇକେଲ କିମ୍ବା ମଟର ସାଇକେଲ ଆରୋହୀ ପ୍ରଚୁର ଧୂଳିରେ ଅଣନିଶ୍ୱାସୀ ହେବା ସହିତ ଦୁର୍ଘଟଣାର ଶୀକାର ହୋଇଥାନ୍ତି । ଏପରିକି ରାସ୍ତାରପାଶ୍ୱର୍ରେ ତାଳବେଡ଼ା ଗ୍ରାମ ଠାରୁ ଆରମ୍ଭକରି ଚାଳକିଆକୂଟା, ତାଳଚେର କଲେଜ, ବାଇପାସ୍ ଛକ, ବହ୍ଲ. ଥର୍ମାଲ, ଆନନ୍ଦବଜାର, ଚାଇଁପାଳ ପର୍ଯ୍ୟନ୍ତ ଏହି ଉଡ଼ୁଥିବା କୋଇଲା ମିଶ୍ରିତ ଧୂଳି ଗୁଣ୍ଡ ଦ୍ୱାରା ସାଙ୍ଗକୁ ଭାତହାଣ୍ଡି ପଡ଼ୁଥିବା ଅଭିଯୋଗ ହୋଇ ଆସୁଛନ୍ତି । ଏହାର ପ୍ରତିକାର ନିମନ୍ତେ ଅଂଳବାସୀ ଜିଲ୍ଳାପାଳ, ଉପଜିଲ୍ଳାପାଳ ସମେତ ବିଭିନ୍ନ ଫୋରମ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳି ପାରିନି । ଏହି ଜାତୀୟ ରାଜପଥ ଦେଇ ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ, ଏନଏଚଆଇ ଓ ପ୍ରଦ୍ୟୁଷଣ ବିଭାଗର ବାବୁଭାୟାମାନେ ଚଳପ୍ରଚଳ କରୁଥିଲେ ମଧ୍ୟ ଏହି ସମସ୍ୟାକୁ ଦେଖି କେବଳ ଚୁପହୋଇ କାହିଁକି ରହୁଛନ୍ତି ଓ ଏହା ସନ୍ଦେହ ପରିସରକୁ ଟାଣିନେଉଛି । ତେବେ ତାଳଚେର ଅଂଚଳରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚୁର ରାଜସ୍ୱ ରାଜସ୍ୱ ନେଉଥିଲେ ମଧ୍ୟ ବର୍ଷବର୍ଷ ଧରି ପ୍ରମୁଖ ସମସ୍ୟା୍ ଗୁଡ଼ିକ ଲାଗି ରହିଛି । ଜିଲ୍ଳା ଖଣିଜ ପାଣ୍ଠିରେ କୋଟିକୋଟି ଟଙ୍କା ପଡ଼ି ରହିଥିଲେ ମଧ୍ୟ ତାହାକୁ କାହିଁକି ସମସ୍ୟାର ସମାଧାନ କରିବାକୁ ଖର୍ଚ୍ଚ କରାଯାଉ ନାହିଁ ତଥା ନିର୍ବାଚିତ ପ୍ରତିନିଧିମାନେ ଏନେଇ କାହିଁକି ଚୁପ୍ ହୋଇ ବସିଛନ୍ତି ଓ ବିଭିନ୍ନ ଦଳର ନେତାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ, ସୁଧକ୍ରିୟା, ଏକୋଶିଆ ଏପରିକି ଘନଘନ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ବାହା ବାହା ନେଉଥିବା ଅଂଚଳବାସୀଙ୍କ ବ୍ୟଥିତ କରୁଛି, ଯାହାକି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନକରି ସୋସିଆଲ ମିଡ଼ିଆରେ ସମୟ ଅତିବାହିତ କରୁଥିବା ଲୋକଙ୍କ ମନରେ ଆକ୍ରୋଶର ଶୀକାର ହେବାରେ ଲାଗିଛନ୍ତି । ଏହାକୁ ନେଇ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଆଗାମୀ ଦିନ ନେତାଙ୍କ ପାଇଁ ଫଳାଫଳ କ’ଣ ହୋଇପାରେ ତାହା ସମୟ ହିଁ କହିବ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *