Spread the love

ବଢ଼ୁଛନ୍ତି ହୃଦରୋଗୀ ସଂଖ୍ୟା
ତାଳଚେର, ୦୮/୧୦ ଅଂଚଳରେ କିଛି ବର୍ଷ ହେବ ହୃଦରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେକେରି ଦାରୀଦ୍ର ସୀମାରେଖା ତଳେ ବହୁ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିବା ଏବେ ସାଧାରଣ ଘଟଣାରେ ପରିଣତ ହୋଇଛି । ବିଶେତଃ ଗ୍ରାମାଚଂଳ ଶ୍ରମିକଶ୍ରେଣୀ ଲୋକମାନେ ଦିନସାରା ଖଟିବାପରେ ଶ୍ରମ ଲାଘବ ସକାଶେ ବିଭିନ୍ନ ନିଶା ସେବନ କରିଥାନ୍ତି । କେବଳ ଶ୍ରମିକ ଗୋଷ୍ଠୀ ନିହଁନ୍ତି, ବିଭିନ୍ନ ବର୍ଗର ଲୋକ ଧାରାବାହିକ ଭାବେ ମଦ୍ୟପାନ କରିବା ସହ ବିଭିନ୍ନ ନିଶା ସେବନ କରୁଥିବାରୁ ସେମାନେ ଅଜ୍ଞାତରେ ହୃଦରୋଗରେ ଆକ୍ରାନ୍ତ ହୋଇ ପଡ଼ୁଥିବା ସୂଚନା ମିଳିଛି । ଏଥିପ୍ରତି ଗ୍ରାମାଚଂଳରେ ଏପର୍ଯ୍ୟନ୍ତ ସଚେତନତା ସୃଷ୍ଟି ହୋଇ ପାରିନାହିଁ । ମଦ ବ୍ୟତୀତ ଗଞ୍ଜେଇ ଠାରୁ ଆରମ୍ଭ କରି ଗୁଟଖା ସେନ ଆଦି ଏହି ହୃଦ ରୋଗର କାରଣ । ବିଭିନ୍ନ ହାଟବଜାରରେ ପୋଡ଼ାତେଲ, ଅଧିକ ମସଲା ଆଦି ବ୍ୟବହୃତ ହେଉଥିବାରୁ ଏହାକୁ ଖାଇ ଲୋକେ ରୋଗାକ୍ରାନ୍ତ ହେଉଥିବା ଜଣାପଡ଼ିଛି । ପୁଣି ଧୂଳିଧୂଆଁରେ ଅଣନିଶ୍ୱାସୀ ହୋଇ ଦେହ ଭତିରକୁ ପ୍ରବେଶ କରୁଥିବା ଫଳରେ ଏହା ଘଟୁଛି ବୋଲି ବିଭିନ୍ନ ଲୋକ ମତ ଦେଇଥାନ୍ତି । ତାଳଚେର ସହର ସମେତ ଗ୍ରାମାଚଂଳରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଆଦିରେ ହୃଦରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେତେକ କ୍ଷେତ୍ରରେ ହୃଦରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରର ପରାମର୍ଶ ହେଉ ଅବା ଼ଡ଼ାକ୍ତରଖାନା ଏବଂ ଘରୋଇ ଚିକତ୍ସାଳୟର ଆଶ୍ରୟ ନେଇଥାନ୍ତି । କେତେକ ଆର୍ଥିକ ଦୂରବସ୍ଥା ଯୋଗୁଁ ଡ଼ାକ୍ତରଖାନା ଯାଇ ନପାରି ଘରେ ରହି ବିଭିନ୍ନ ଔଷଧ ଦ୍ୱାରା ଚିକିତ୍ସା ହେଉଛନ୍ତି । ଏଥିପ୍ରତି ସଚେତନତା ଅଭାବରୁ ଏବଂ ଧୂଳିଧୂଆଁ ପ୍ରଦ୍ୟୁଷଣର ମାତ୍ରା ଯୋଗୁଁ ଏଠାରେ ଏହି ରୋଗ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗରେ ଆକ୍ରାନ୍ତ ହୋଇ ଅନେକ ମୃତାହତ ହେଛନ୍ତି । ତେଣୁ ହୃଦରୋଗ ନିରାକରଣ ପାଇଁ ଚିକିତ୍ସା ଓ ସଚେତନତା ସୃୃଷ୍ଟି ଦିଗରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପଦକ୍ଷେପ ନିଆଗଲେ ନିରୀହ ଲୋକ ଏହି ରୋଗରୁ ରକ୍ଷା ପାଇବେ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *