Spread the love

ବାଲିଘର ପକ୍ଷରୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର
ତା =26/8/23

ବାଲିଘର ଫାଉଣ୍ଡେସନ୍ ପକ୍ଷରୁ ତିର୍ତୋଲ ବ୍ଲକ୍ ଜଗନ୍ନାଥପୁର ପଞ୍ଚାୟତର ଜଗନ୍ନାଥପୁର ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ ଆଧାରରେ ପିଲା ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ତଥା ବୌଦ୍ଧିକ ବିକାଶ ନିମନ୍ତେ ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଫାଉଣ୍ଡେସନ୍ ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂଗୀତ, ନୃତ୍ୟ, ବକ୍ତୃତା, ଚିତ୍ରାଙ୍କନ ଓ କବିତା ଆବୃତ୍ତି ପ୍ରଭୃତି ୫ଟି ବିଭାଗରେ ଅନୁଷ୍ଠିତ ପ୍ରତିଭା ଚୟନରେ ସମୁଦାୟ ୧୧୧ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଏହି ଅବସରରେ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଗନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ସୁପରିଚାଳନାରେ ଅବସର ପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ ଲୋକନାଥ ବଡ଼ପଣ୍ଡା,ଶିକ୍ଷାବିତ ବାବାଜୀ ଚରଣ ନାୟକ,ପଣ୍ଡିତ ନାଗମଣି କର ଓ ଶିକ୍ଷକ ବୃନ୍ଦାବନ ନାୟକ ବିଚାରକ ଭାବରେ ଯୋଗ ଦେଇ ଉପଯୁକ୍ତ ଚୟନ ପ୍ରକ୍ରିୟାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ନାମ ସୁପାରିଶ କରିଛନ୍ତି।ଏହି ସମସ୍ତ କୃତି ପ୍ରତିଯୋଗୀଙ୍କୁ ଆସନ୍ତା ୨୮ ତାରିଖ ସୋମବାର ଅପରାହ୍ନ ୩ଟା ସମୟରେ ଫାଉଣ୍ଡେସନ୍ ପକ୍ଷରୁ ମାନପତ୍ର ଓ ଟ୍ରଫି ସହ ପୁରଷ୍କୃତ କରାଯିବ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed