Spread the love

*”ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ” ଉପଲକ୍ଷେ ଜିଲ୍ଲାସ୍ତରୀୟ ସଚେତନତା ରାଲି ଓ ବୈଠକ ଅନୁଷ୍ଠିତ*

ଅନୁଗୋଳ, ୨୭.୧୧: ବାଲ୍ୟବିବାହ ଭଳି ସାମାଜିକ କୁପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ‘ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ସଚେତନତା ରାଲି ଆରମ୍ଭ ହୋଇ ବଜାର ପରିକ୍ରମା କରିବା ସହ ଅନୁଗୋଳ ପୌରପାଳିକାର ଟାଉନ ହଲ୍ ଠାରେ ଶେଷ ହୋଇଥିଲା।


ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଲିର ଶୁଭାରମ୍ଭ କରିଥିଲେ। ଏହାସହ ପୂର୍ବାହ୍ନରେ ସ୍ଥାନୀୟ ଟାଉନ ହଲଠାରେ ଆୟୋଜିତ ସଚେତନତା ବୈଠକରେ ବାଲ୍ୟ ବିବାହର କୁପରିଣାମ, ଏହାର ନିରାକରଣ ପାଇଁ ଆଇନଗତ ବ୍ୟବସ୍ଥା, ଶିଶୁଙ୍କ ଅଧିକାର ଏବଂ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିଷୟରେ ଶପଥ ପାଠ କରାଯାଇଥିଲା ଏବଂ ଅନଲାଇନ୍ ମାଧ୍ୟମରେ stopchildmarriage.wcd.gov.in ୱେବସାଇଟ ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଲଳିତା ଲାକ୍ରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା, ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁଜାତା ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ, ସେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *