ବିପର୍ଯ୍ୟସ୍ତକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ କଲେଜ ଛାତ୍ରଛାତ୍ରୀ
ଏତେ ଘଟଣା ଘଟି ଯାଉଥିଲେ ହେଁ କିପରି ସରକାର ଏନଏଚଆଇ ବିଭାଗକୁ କରୁନାହିଁ ତାଗିଦ୍
ତାଳଚେର, ୦୬/୧୦ ଅଭିଯୋଗ କରି କରି ଅଣାୟତ ହୋଇ ଆଜି ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । କଳାହୀରା ସହରର ୧୪୯ନଂ ଜାତୀୟପଥ ପ୍ରାୟ ଦୀର୍ଘବର୍ଷ ହେବ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଏହି ରାସ୍ତାରେ ଯାତାୟତ କରିବା ସମ୍ଭବପର ହେଉନାହିଁ । ଏବଂ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ମଧ୍ୟ ଘଟିବାରେ ଲାଗିଛି, ଯାହାର ଜ୍ୱଳନ୍ତ ଉଦାହରଣ ସୋସିଆଲ ମିଡ଼ିଆରେ ଘୂରୀ ବୁଲୁଛି । ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ସ୍ଥାନୀୟବାସୀଙ୍କ ସମେତ ରାଜପଥ ଆଖାପାଖରେ ଥିବା ବିଭିନ୍ନ ଗ୍ରାମବାସୀମାନେ ମଧ୍ୟ ସରକାରୀଙ୍କୁ ଅବଗତ କରାଇଛନ୍ତି, କିନ୍ତୁ ଏଯାଏଁ କୌଣସି ପ୍ରଶାସନ ନା ଲୋକପ୍ରତିନିଧି କେହି ହେଲେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରୁନାହାନ୍ତି । ଯାହାଫଳରେ ଆଜି ବାଧ୍ୟହୋଇ ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟର ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ କ୍ରମେ ରାସ୍ତାରେ ଭାରୀଯାନ ଚଳାଚଳ ଓ ଜାତୀୟ ରାଜପଥଟି ଖାଲଖମଣରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ପ୍ରାୟ ସମୟରେ ଟ୍ରାଫିକ ଜାମ ହେବା ସହିତ ବିଭିନ୍ନ ଅସୁବିଧାରେ ପଡ଼ୁଛନ୍ତି । ଏନଏଚଆଇ ପକ୍ଷରୁ ରାସ୍ତାକାର୍ଯ୍ୟ ଚାଲୁ ରହିଥିବାରୁ ଠିକାକମ୍ପାନୀ ରାସ୍ତାରେ ପାଉଁଶ ବିଛାଇବା ଦ୍ୱାରା ସାଂଘାତିକ ପାଉଁଶ ଧୂଳି ସହିତ କୋଇଲା ଗୁଣ୍ଡରେ ଛାତ୍ରଛାତ୍ରୀମାନେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି । ଏହି ରାଜପଥରେ କୌଣସି ବ୍ୟକ୍ତି ଦୁର୍ଘଟଣାରେ ମୃତାହତ ହେଲେ ନେତାମାନେ କେବଳ ସୋସିଆଲ ମିଡ଼ିଆରେ ନିଜର ଫଟୋ ପୋଷ୍ଟକରି ବାହା ବାହା ନେଉଥିବା ବେଳେ ପ୍ରଶାସନ ମୁଣ୍ଡରୁ ଦୋଷ ହଟାଇବାକୁ ରେଡ଼କ୍ରସ ପାଣ୍ଠିରୁ ୫ହଜାର ଟଙ୍କା ପ୍ରଦାନ କରି ଲୋକଙ୍କ ଦୃଷ୍ଟିରୁ ପାରପାଇ ଯାଇଥାନ୍ତି । ଏଠି ପ୍ରଶ୍ନ ଉଠେ ଏତେ ଘଟଣା ଘଟି ଯାଉଥିଲେ ହେଁ କିପରି ସରକାର ଏନଏଚଆଇ ବିଭାଗକୁ ତାଗିଦ୍ କରୁନାହିଁ ତାହା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଯୋରଧରିଛି । ଏନଏଚଆଇ ପକ୍ଷରୁ ୧୪୯ ନଂ ଜାତୀୟ ରାଜପଥ ୪ଥାକିଆ କରିବା ନେଇ ଠିକାକମ୍ପାନୀ ଦ୍ୱାରା କାର୍ଯ୍ୟ ଚାଲୁ ରହିଛି । ତେଣୁ ତୁରନ୍ତ ସରକାର ଏଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୪ଥାକିଆ ରାସ୍ତା ନହେବା ଯାଏଁ ପୂର୍ବନିୟମ ଅନୁଯାୟୀ ଏହି ରାଜପଥରେ ନୋଏଟ୍ରିଂ ଲଗାଇବା ସହ ଲୋକଙ୍କ ଯାତାୟତକୁ ସୁଗମ କରାଯିବ ନେଇ ସର୍ବସାଧାରଣରେ ଦାବି ଯୋରଧରିଛି
