ବେଆଇନ ଆତସବାଜି ଗଚ୍ଛିତ ଓ ବିକ୍ରୟ ଅଭିଯୋଗରେ ୩ ଗିରଫ, ଲକ୍ଷାଧିକ ଟଙ୍କାର ବାଣ ଜବତ
ଅନୁଗୋଳ: ବେଆଇନ ଭାବେ ଆତସବାଜି ଗଚ୍ଛିତ ରଖିବା ଏବଂ ବିକ୍ରୟ କରିବା ବିରୋଧରେ ବନରପାଳ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ପୋଲିସ ଦୁଇଟି ମାମଲା ରୁଜୁ କରିବା ସହ ଏହି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି।
ଚଢ଼ାଉ ସମୟରେ ପୋଲିସ ପକ୍ଷରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଆତସବାଜି ଜବତ କରାଯାଇଛି। ଏଥିସହ ଆତସବାଜିର ବେଆଇନ ପରିବହନରେ ବ୍ୟବହୃତ ହେଉଥିବା ଏକ ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି।
ବେଆଇନ ଭାବେ ଆତସବାଜି ଗଚ୍ଛିତ ରଖିବା ଓ ବିକ୍ରୟ ଉପରେ ରୋକ୍ ଲଗାଇବା ସହ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
