Spread the love

ଭଟଲି ହାଇସ୍କୁଲ୍‌ରେ ଜିଲ୍ଲାସ୍ତରୀୟ ଖୋଖୋ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ

ଭଟଲି (ଅଭିମନ୍ୟୁ ପଧାନ ): ସ୍ଥାନୀୟ ସରକାରୀ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଖୋଖୋ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ବିଧାୟକ ଇରାଶିଷ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଇଓ ମଚ୍ଛିଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଡିଓ ପ୍ରମୋଦ ଚନ୍ଦ୍ର ମେହେର, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ସମାଜସେବୀ ପ୍ରହଲ୍ଲାଦ ପ୍ରଧାନ, ଡିପିଇଓ ଜ୍ୟୋତିଷ ଚନ୍ଦ୍ର ପଧାନ, ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା, ଭଟଲି ହାଇସ୍କୁଲର ପ୍ରଧାନଶିକ୍ଷକ ସୁବୋଧ ସାହୁ, କେଶାଇପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଆତ୍ମାରାମ ଭୋଇ, ତରାକନା ହାଇସ୍କୁଲର ପ୍ରଧାନଶିକ୍ଷକ ମନୋଜ ସାହୁ, ବଡ଼ମାଳ ହାଇସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ ଖମାରୀ, କନକବିରା ହାଇସ୍କୁଲର ପ୍ରଧାନଶିକ୍ଷକ କୃଷ୍ଣକେଦାର ସାହୁ, ଖରସଲ ହାଇସ୍କୁଲର ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ବୁଧିଆ, ବ୍ଲକ୍ ସଂପାଦକ ମିନକେତନ ଭୋଇ ପ୍ରମୁଖ ଯୋଗଦେଇଥିଲେ।

ବରଗଡ଼ ଜିଲ୍ଲା ବିଦ୍ୟାଳୟ ସମୂହର କ୍ରୀଡ଼ା ସଂଗଠନ ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଳକ୍‌ରୁ ୧୪ ବର୍ଷ ରୁ ୧୭ ବର୍ଷ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ସତିହାରୀ ବାଳିକା ହାଇସ୍କୁଲର ଛାତ୍ରୀମାନେ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଶିକ୍ଷୟିତ୍ରୀ ମୁକ୍ତା ବାରିକ ଓ ଶିକ୍ଷକ ଆନନ୍ଦ ସାହୁ ସଭା ସଂଯୋଜନା କରିଥିଲେ। ଆଜି ପ୍ରଥମ ଦିବସରେ ସତିହାରୀ ବାଳିକା ହାଇସ୍କୁଲ, ଭଟଲି ହାଇସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବଡ଼ମାଳ ହାଇସ୍କୁଲର ଜୁନିଅର୍ ରେଡ୍‌କ୍ରସ୍ ଓ ସ୍କାଉଟ୍‌ର ସଦସ୍ୟଙ୍କ ସମେତ କାଉନସେଲର୍‌ ଉପସ୍ଥିତ ରହି ପାନୀୟଜଳ ଯୋଗାଣ ଓ ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ | ସନ୍ଧ୍ୟାରେ ଡିଇଓ ସରୋଜ ଭୁଏ, ଏବିଇଓ ରୀତାରାଣୀ ତ୍ରିପାଠୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଶିକ୍ଷକ ଅଗସ୍ତି ପ୍ରଧାନଙ୍କ ସଂଯୋଜନାରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ| ସମସ୍ତ ବ୍ଲକ୍‌ର ପ୍ରତିନିଧିତ୍ବ କରୁଥିବା କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ ଓ ସିଆରସିସିଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *