ଶିକ୍ଷାବିତଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ରେ କବିତାପାଠ,ସ୍କୁତିସଭା ଓ ପୁସ୍ତକ ଉନ୍ମୋଚନ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଞ୍ଝାରପୁର ୨୯/୯ : ଯାଜପୁର ଜିଲ୍ଲା କସପା ପଞ୍ଚାୟତର ପଲ୍ଲାସାହି ର ଜଣେ ଆଦର୍ଶ ଶିକ୍ଷକ ଭାବେ ଜଣାଶୁଣା ଚେହେରା ସ୍ବର୍ଗତ ଶ୍ରୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବାସଭବନ ପଲ୍ଲାସାହି ଠାରେ ପ୍ରଥମ ଅଧିବେଶନ କବିତାପାଠ କବି ପ୍ରଭାତ କୁମାର ମଲ୍ଲୀକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।କବି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ପାତ୍ର ଉଦଘାଟନ କରିଥିଲେ କବିତା ଆସରକୁ। ସଂଯୋଜନା କରିଥିଲେ କବି ତଥା ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ଓ ଜିତେନ୍ଦ୍ର ବେହେରା।ଏହି କବିତା ପାଠୋତ୍ସବ ରେ ବହୁ କବି ସେମାନଙ୍କ ର କବିତା ପାଠ କରିଥିଲେ। ଦ୍ବିତୀୟ ଅଧିବେଶନରେ କବି ତଥା ଗାଳ୍ପିକ ରାମଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୃର୍ବତନ ବିଓ ଶିକ୍ଷାବିତ ଅନ୍ନଦା ପ୍ରସାଦ ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସମାଜସେବୀ ପଦ୍ମାକର ଗୁରୁ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପଣ୍ଡିତ ଲକ୍ଷ୍ମୀଧର ମିଶ୍ର, ଆଡଭୋକେଟ୍ ଅମ୍ବିକା ପ୍ରସାଦ ସାମଲ, ସାମ୍ବାଦିକ ସ୍ବାଧିନ ଦାସ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଥିଲେ।ସର୍ବ ପ୍ରଥମେ ଅତିଥି ମାନେ ସ୍ବର୍ଗତ ଶ୍ରୀଧର ସାହୁଙ୍କ ଆବକ୍ଷ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ମଞାସିନ ହୋଇଥିଲେ। ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ କବି ସୁଦର୍ଶନ ସାହୁ। ସମ୍ମାନିତ ଅତିଥି ମାନେ ସେମାନଙ୍କ ର ବକ୍ତବ୍ୟରେ ବାପାଙ୍କର ତ୍ୟାଗ, ତପସ୍ୟା, ମହନୀୟତା ର ଗୁଣଗାନ କରିବା ସହିତ ପିଲାମାନେ ବାପାଙ୍କୁ ଭଲପାଇବାକୁ ପରାମର୍ଶ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ଶ୍ରୀଧର ସାହୁ ସ୍କୁତି ସଂସଦ ଦ୍ଵାରା ପ୍ରକାଶିତ ଆମ ବିଶ୍ଵାସ ଓ ଭରସାର ବିଶ୍ଵକର୍ମା ବାପା ସଙ୍କଳନ ଉନ୍ମୋଚିତ ହୋଇଥିଲା।ପରେ ଦୁଇଜଣ ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ପାଣିଗ୍ରାହୀ ଓ ଘନଶ୍ୟାମ କୁଅଁର ଙ୍କୁ ଶ୍ରୀଧର ସାହୁ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଧର ସାହୁଙ୍କ ବଡ଼ପୁଅ କବି ସତ୍ୟବ୍ରତ ସାହୁ। ସତ୍ୟରଞ୍ଜନ ସାହୁ,ଶୁଭଙ୍କର ,ସ୍ବପ୍ନେଶ୍ଵର, ସଂଧ୍ୟା,ଶୁଭଲଖ୍ନି,ଅଜୟ,ବାବୁ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।ପରେ ପରେ ମାଧବାନନ୍ଦ ଦାସଙ୍କ ଗ୍ରୁପ୍ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା।

