Spread the love

ଶିକ୍ଷାବିତଙ୍କ ବିୟୋଗରେ ସ୍କୁତିଚାରଣ ସଭା ଅନୁଷ୍ଠିତ

ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ଯେନାଡିଆ (ବଂଶିପୁର) ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ହରେକୃଷ୍ଣ ମଲ୍ଲିକଙ୍କର ବିୟୋଗରେ ଆଜି ତାଙ୍କ ବାସଭବନ ଠାରେ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ପଦ୍ମାକର ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍କୁତିଚାରଣ ସଭାରେ ପ୍ରଥମେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ତା ପରେ ସଙ୍ଗିତଜ୍ଞ ବିଷ୍ଟୁ ମଲ୍ଲୀକଙ୍କ ଦ୍ଵାରା ସଙ୍ଗୀତ ଗାନ କରାଯାଇଥିଲା। ଅତିଥି ମାନଙ୍କ ମଧ୍ୟରେ ବିଧାୟିକା ପ୍ରମିଳା ମଲ୍ଲିକ, ପୃର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ସୁଶାନ୍ତ କୁମାର ମିଶ୍ର, ଦିଲ୍ଲୀପ କୁମାର ରାଉଳ,ନିରଞ୍ଜନ ପାତ୍ର, ପୃର୍ବତନ ଶିକ୍ଷକ ଅର୍ଜ୍ଜନ ଚରଣ ରାଉତ, ଶିକ୍ଷାବିତ ନିତ୍ୟାନନ୍ଦ ସାମଲ, କବି ସନ୍ତୋଷ କୁମାର ବେଉରିଆ, କୃଷ୍ଣଚନ୍ଦ୍ର ଥାଟୋଇ, ଭରତ ଚନ୍ଦ୍ର ନାୟକ, ଅଧ୍ୟାପକ ଡ଼ଃ ଚତୁର୍ଭୁଜ ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ହରେକୃଷ୍ଣ ମଲ୍ଲିକଙ୍କର ଉପରେ ବହୁ କଥା ଆଲୋଚନା କରିଥିଲେ ଯେ ସେ ଏକାଧାରରେ ଶିକ୍ଷକ, ସମାଜସେବୀ, ପରୋପକାରୀ,ଧର୍ମନୁରାଗୀ ଏବଂ ଅନୁଷ୍ଠାନ ପ୍ରେମୀ ଥିଲେ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅକ୍ଷୟ କୁମାର ସେଠୀ, କମଳାକାନ୍ତ ପଣ୍ଡା, ରାଜେନ୍ଦ୍ର ସାମଲ, ଶିକ୍ଷାବିତ ବସନ୍ତ କୁମାର ସେଠୀ,କବୀ ରମାକାନ୍ତ ନାୟକ, କୁଳମଣି ମଲୀକ, ନରହରି ମଲୀକ, ଜ୍ୟେଷ୍ଠ କନ୍ୟା ପୁଷ୍ପଲତା ମଲୀକ,ଅଶୋକ କୁମାର ମଲ୍ଲିକ, ପୃର୍ବତନ ସରପଞ୍ଚ ପ୍ରଦୀପ କୁମାର ମଲ୍ଲିକ,କୃର୍ଷକ ନେତା ନିତ୍ୟାନନ୍ଦ ରାଉତ,କବି ମହେନ୍ଦ୍ର ବାରିକ, ପ୍ରଫୁଲ୍ଲ ମହାକୁଡ଼, କ୍ଷେତ୍ରବାସୀ ଯେନା, ରାମଚନ୍ଦ୍ର ମଲ୍ଲୀକ,କବି ଶିଶିର ଦାସ ପ୍ରମୁଖ ଯୋଗଦେଇ ଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ କୁ ପୁତ୍ର ଦେବେନ୍ଦ୍ର, ନରେନ୍ଦ୍ର, ପ୍ରଶାନ୍ତ, ସୁବୋଧ, ସୁବାସ, ଏବଂ ବନ୍ଧୁ ବର୍ଗ ସମସ୍ତେ ଯୋଗଦେଇ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *