Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଶ୍ରୀ ସତ୍ୟ ସାଇ ସଂଗଠନର ଜିଲ୍ଲା ସମ୍ମିଳନୀ

 

 

(ଜେ. ବି. ଏନ୍, ସୁଶାନ୍ତ କୁମାର ସାମଲ ) ୩୦ /୦୧ /୨୦୨୧, ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ର ଶ୍ରୀ ସତ୍ୟ ସାଇ ସଂଗଠନର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଢେଙ୍କାନାଳ ଶ୍ରୀ ସତ୍ୟ ସାଇ ସେବା ସମିତି ଢେଙ୍କାନାଳ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀକୁ ସଂଗଠନର ଜିଲ୍ଲା ସଭାପତି ଶ୍ରୀ ରଶ୍ମୀ ରଞ୍ଜନ ଦାସ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ସମ୍ମିଳନୀ ସତ୍ୟ ସାଇ ସଂଗଠନର ସାଧକ ମାନଙ୍କ ପାଇଁ ଏକ ସୁଯୋଗ ବିଷୟରେ ଆଲୋଚନା ହେବା ସହ ସଂଗଠନ ର ଶୃଙ୍ଖଳା ଓ ନୀତି ନିୟମ ବିଷୟରେ ଆଲୋକପାତ ହୋଇଥିଲା। ଆଗାମୀ ୨୦୨୫ ମସିହାରେ ପାଳନ ହେବାକୁ ଥିବା ଭଗବାନ ଙ୍କ ଜନ୍ମ ସତ ବାର୍ଷିକ ପାଇଁ ସଂଗଠନ ର କାର୍ଯ୍ୟାବଳୀ ଜିଲ୍ଲାର ବିଭିନ୍ନ ବିଭାଗର ସଂଯୋଜକ ଓ ଆବାହକ ମାନଙ୍କୁ ଦେଇ ଦଳ ଗତ ଆଲୋଚନା ମାଧ୍ୟମରେ ଠିକ୍ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ବିରଞ୍ଚି ନାରାୟଣ ନାଥ, ବ୍ରଜବନ୍ଧୁ ଚିନରା, ନନ୍ଦକିଶୋର ମହାନ୍ତି, ଶାନ୍ତନୁ କୁମାର ବେହେରା, ବୀଣାପାଣି ମହାପାତ୍ର, ଜାନକୀ ଦେଇ ଅମିତା ମଞ୍ଜରି ଦାସ, ଅମ୍ରିତା ନାଥ, ପ୍ରମୋଦ କୁମାର ଦାସ, ସମସ୍ତ ଅଂଶ ଗ୍ରହଣ କରି ଭାଗବାନଙ୍କ ପାଦ ପଦ୍ମରେ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଶେଷରେ ବାଳ ବିକାଶ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯଇଥିଲା। ଢେଙ୍କାନାଳ ସମିତିର ଆବାହକ ବିମ୍ବାଧର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।