Spread the love

ସତ୍ୟସାଇ ବାବାଙ୍କ ପ୍ରେମ ପ୍ରବାହିନୀ ରଥ ସହର ପରିକ୍ରମା

ଢେଙ୍କାନାଳ ସ‌ହର ମହାବୀର ବଜାରସ୍ଥିତ ପି.ଡବ୍ଲ୍ୟୁ.ଡି ରାସ୍ତରେ ଅବସ୍ଥିତ ସତ୍ୟ ସାଇ ବାବା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ପ୍ରେମ ପ୍ରବାହିନୀ ରଥ ପରିକ୍ରମା ଅନୁଷ୍ଠିତ ହୋଇଯାଇଅଛି । ଆଜି ବାଜିଚୌକ ଛକ ଠାରୁ ଦିବା ୧.୩୦ ମି. ଠାରୁ ବିରାଟ ଶୋଭାଯାତ୍ରା ଯଥା-ବେଦପାଠ, ଭଜନ, କଳସ ଶୋଭାଯାତ୍ରା, ଗଉଡବାଡି ଖେଳ, ଚାଙ୍ଗୁ ବାଦ୍ୟ ମାଧ୍ଯମରେ ବାହାରି ସାଇ ମନ୍ଦିର ଠାରେ ୩ଟା ରେ ପହଁଚିଥିଲେ । ମନ୍ଦିର ଠାରେ ସାଇବାବାଙ୍କୁ ବନ୍ଦାପନା ସହ ଧୂପ, ଦ୍ବୀପ, ଆରତି ପ୍ରଦାନ କରାଯାଇଥିଲା । ମନ୍ଦିର ଠାରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯଥା- ଲକ୍ଷାର୍ଚ୍ଚନା ଭଜନ, ବେଦପାଠ, ଆଧ୍ୟାତ୍ମିକ ଆଲୋଚନା, ବାଳ ବିକାଶ ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସମସ୍ତ ସାଇ ଆଶ୍ରିତ ତଥା ଅନ୍ୟାନ୍ୟ ସମସ୍ତ ସହରବାସୀ ଭଗବାନଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଭଗବାନଙ୍କ ମଙ୍ଗଳ ଆରତି ପ୍ରଦାନ କରାଯାଇଥିଲା । ସମସ୍ତ ଆଶ୍ରିତ ତଥା ଉପସ୍ଥିତ ସମସ୍ତେ ମନ୍ଦିରଠାରେ ପ୍ରସାଦସେବନ କରିଥିଲେ। ଉକ୍ତ ଦିବ୍ୟ କାର୍ଯ୍ୟକ୍ରମକୁ ସମିତି ଆବାହକ ତପନ କୁମାର ସାହୁ ପରିଚାଳନା କରିଥିଲେ । ସମିତି ଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ଭଗବାନଙ୍କ ଦିବ୍ୟ ପ୍ରେମ ପ୍ରବାହିନୀ ରଥ ସଂଧ୍ୟା ୬ ଘଟିକା ସମୟରେ ସାଙ୍କୁଲେଇ ଗ୍ରାମ ଅଭିମୁଖେ ଯାତ୍ରା କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ସୁଧାକର ସାହୁ, ବିଶ୍ୱଜିତ୍ ନାୟକ, ଗତିକୃଷ୍ଣ ରାଉତ, ରଜତ କୁମାର ମହାପାତ୍ର, ବ୍ରଜବନ୍ଧୁ ଚିନରା, ଶରତ ରାଉତ, ଭଉଣୀ ସବିତା ସାହୁ, ପ୍ରତିମା ନାଥ, ଅମ୍ରିତା ନାଥ ଓ ସୁମତି ମହାପାତ୍ରଙ୍କ ସମେତ ବହୁ ସାଇ ଆଶ୍ରିତମାନେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *