ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ଲ୍ଲlଜୁରୀ ଆନ୍ତପାଲି ନବ ନିର୍ମିତ କୋଠରୀ ଉଦଘାଟନ
ଭଟଲି :-ଭଟଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ଲ୍ଲlଜୁରୀ ଆନ୍ତପାଲି ରେ ଅନୁଷ୍ଠାନିକ ଭାବରେ ଏକ ନୂତନ କୋଠରୀ ଉଦଘାଟନ ହୋଇଯାଇଅଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଦୁଷ୍ମନ୍ତ ମହାପାତ୍ର ଯୋଗଦେଥିବା ବେଲେ ସମ୍ମାନିତ ଅତିଥି ଭାବରେ ହାସ୍ୟ ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ ଓ ବ୍ରହ୍ମାନନ୍ଦ ପଧାନ ଯୋଗଦେଇଥିଲେ l ଏହି ଅବସରରେ ଏକ ସଭା ଆୟୋଜନ କରାଯାଇଥିଲା l ଉକ୍ତ ସଭା ରେ ବିଦ୍ୟାଳୟ ର ସହ ଶିକ୍ଷୟତ୍ରୀ ଅଞ୍ଜନା ଖମାରୀ ଅତିଥି ପରିଚୟ ପ୍ରଦାନ କିରିଥିବା ବେଲେ ପ୍ରଧାନ ଶିକ୍ଷକ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ବିଦ୍ୟାଳୟ ର ଉନ୍ନତି ଉପରେ ଆଲୋକପାତ କରିଥିଲେ l ଏହି ସଭା ରେ ବିଦ୍ୟାଳୟ ପରିଚାଳନେ କମିଟି ର ଉପ ସଭାପତି ଦୀପାଞ୍ଜଳି ସାହୁ, ସହିତ ସତ୍ୟବ୍ରତ ମେହେର, ସୁଧୀର ସୁନା, ଯାମିନୀ ଭୁଏ, ଶିକ୍ଷକ ବୁଲୁ ଗାର୍ଡତିଆ,କାନ୍ତି ସାହୁ, କଲ୍ୟାଣୀ ମିର୍ଧା, ନୀଳିମା ପାଇକ,ଶାଗ୍ନିକ ନାଏକ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଶିକ୍ଷୟତ୍ରୀ ତପସ୍ୱିନୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l
