ପୁରୀର ମଠ-ମନ୍ଦିର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମଠାଧୀଶଙ୍କ ଆଲୋଚନା
ଭୁବନେଶ୍ୱର, ୩ ଅକ୍ଟୋବର ୨୦୨୬:
ପୁରୀର ବିଭିନ୍ନ ମଠ ଓ ମନ୍ଦିରର ଉନ୍ନତିକରଣକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଛନ୍ତି ପୁରୀର ବିଭିନ୍ନ ମଠାଧୀଶ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ସାକ୍ଷାତକାର ସମୟରେ ପୁରୀର ମଠ ଓ ମନ୍ଦିରଗୁଡ଼ିକର ଐତିହ୍ୟ, ଭିତ୍ତିଭୂମି ଏବଂ ଉନ୍ନତି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ଥିଲେ।
ବୈଠକରେ ପୁରୀର ମଠ ଓ ମନ୍ଦିରଗୁଡ଼ିକର ସଂରକ୍ଷଣ ସହ ଏହାର ଉନ୍ନତିକରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।
