Spread the love

*ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ମାଳକୁ ଇକୋ ଫ୍ରେଣ୍ଡଲି ଗଣେଶ ମହୋତ୍ସବ ଆୱାର୍ଡ଼*


ବରଗଡ:୧୪/୧୦(ପବିତ୍ର ମେହେର):ଗଣେଶ ମହୋତ୍ସବରେ ଶ୍ରେଷ୍ଠ ସାଜସଜ୍ଜା ପାଇଁ ଭଟଲି ବ୍ଲକ ଅଧୀନରେ ଥିବା ସରକାରୀ ହାଇସ୍କୁଲ ବଡ଼ମାଳକୁ ଇମ୍ପେରିଅଲ କଲେଜ ପକ୍ଷରୁ ଗଣେଶ ମହୋତ୍ସବ ଆୱାର୍ଡ଼ ପ୍ରଦାନ କରାଯାଇଛି।ଇମ୍ପେରିଅଲ କଲେଜରେ ଫ୍ରେସର୍ ଡେ ପାଳନ ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟିଭି ସିରିଏଲ୍ ତାରକ ମେହେଟା କା ଉଲଟା ଚଷମାର ଅଭିନେତା କୁଶ ଶାହ(ଗୋଲୀ) ଓ ସମୟ ଶାହ (ଗୋଗୀ)ଅତିଥି ଭାବରେ ଯୋଗଦେଇ ବଡ଼ମାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ଖମାରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ପରିବେଶ ଉପଯୋଗୀ ଗଣେଶ ମହୋତ୍ସବ ମାଧ୍ୟମରେ ସମଗ୍ର ମାନବ ସମାଜକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏହା ଉତ୍ସାହିତ କରିବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।ଏହି ପରିପ୍ରେକ୍ଷୀରେ ପରିବେଶ ଉପଯୋଗୀ ଗଣେଶ ମହୋତ୍ସବରେ ଅଂଶ ଗ୍ରହଣ କରିଥିବା ଇକୋ କ୍ଲବ୍ ଶିକ୍ଷୟିତ୍ରୀ ସୁଧାରାଣୀ ପ୍ରଧାନ ଓ ଇକୋ କ୍ଲବ୍ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ଖମାରୀ ଏକ ଫୁଲ ଚାରା ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ସ୍ମୃତି ସ୍ୱରୂପ ଚାରାକୁ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା।ପରିବେଶ ସଚେତନତାର ବାର୍ତ୍ତା ବହନ କରୁଥିବା ଇକୋ କ୍ଲବର ଏପରି ପରିବେଶ ଉପଯୋଗୀ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *