Spread the love

ସିଦ୍ଧ ବଳଦେବ ଜୀଉ ଯୋଗ କେନ୍ଦ୍ରରେ ବାର୍ଷିକ ଉତ୍ସବ ପାଳିତ

କପିଳାସ ଯୋଗ ଜିଲ୍ଲା, ଢେଙ୍କାନାଳ ଅନ୍ତର୍ଗତ ସିଦ୍ଧ ଵଳଦେବଜୀଉ ଯୋଗ କେନ୍ଦ୍ରର ପ୍ରତିଷ୍ଠା ଓ ବାର୍ଷିକ ଉତ୍ସବ ଲେଖକ ସଂସଦ, ଢେଙ୍କାନାଳ ଠାରେ ମହା ଧୁମ ଧାମରେ ପାଳିତ ହୋଇ ଯାଇଛି।ଅତିଥିମାନେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପୁଷ୍ପ ଦେଇ ପ୍ରଦୀପ ପ୍ରଜ୍ବଳନ କଲାପରେ ଉଦଘାଟନ ସହିତ ବଜରଙ୍ଗ ଯୋଗକେନ୍ଦ୍ରର କେନ୍ଦ୍ର ପ୍ରମୁଖ ସ୍ନେହମୟୀ ଜୀ ଓ ଜିଲ୍ଲା ସଂଗଠନମନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ଜୀ ପ୍ରଦୀପପ୍ରଜ୍ବଳନ ଓ ସରସ୍ବତୀବନ୍ଦନା ମନ୍ତ୍ର ଗାନକରିଥିଲେ। କପିଳାସ ଯୋଗଜିଲ୍ଲାର ଜିଲ୍ଲାପ୍ରଧାନ ତଥା ରଘୁନାଥ ତ୍ରିପାଠୀjiସଭାପତିତ୍ୱକରି ଯୋଗର ମହତ୍ବ ସହ ରବର ନେତି ପ୍ରଦର୍ଶନ କରିଥିଲେ।ଜିଲ୍ଲାମନ୍ତ୍ରୀ ଡ଼କ୍ଟର ଧର୍ମାନନ୍ଦ ପୃଷ୍ଟି ଜୀ ଙ୍କ ସଂଚାଳନାରେ ମନ୍ତ୍ରମୁଗ୍ଧ ସମସ୍ତ ସାଧକ ସାଧିକା ଖୁସି ବ୍ୟକ୍ତ କରୁଥିବାର ଦେଖାଯାଇଥିଲା।ମୁଖ୍ୟ ଅତିଥି ସେବା ନିବୃତ୍ତ ଦୁର୍ନୀନିବାରଣ ଅଧିକ୍ଷକ ଶ୍ରୀ ଯୁକ୍ତଗଣେଶ ଚନ୍ଦ୍ର ପ୍ରଧାନ ଯୋଗର ଇତିହାସ ଓ ପ୍ରକାରଭେଦ,ଶରୀରଉପରେ ତାର ପ୍ରଭାବ, ମୁଖ୍ୟ ବକ୍ତା ଶ୍ରୀ ବିବେକାନନ୍ଦ ବାଗେ, ଉପଦୁର୍ଗପତି, ସ୍ୱତନ୍ତ୍ର ସଶସ୍ତ୍ର ଦୁର୍ଗ ଯୋଗର ଉପଲବ୍ଧି ସହିତ ନିତ୍ୟ ଅଭ୍ୟାସ ଉପରେ ଗୁରୁତ୍ବ ଦେଇଥିଲେ।ମୁଖ୍ୟ ବକ୍ତା ଲେଖକ ସଂସଦର ସଭାପତି ଶ୍ରୀ ଯୁକ୍ତ ବସନ୍ତ କୁମାର ପଟ୍ଟନାୟକ ଯୋଗ ନିରୋଗ ରଖିଥାଏ କହିବାସହ ଅନ୍ୟତମ ସମ୍ମାନିତ ଅତିଥି ଅଶୋକ କୁମାର ବେହେରା ବୀରେନ୍ଦ୍ର ମୋହନ ପଟ୍ଟନାୟକ ଓ ଇନ୍ଦିରା ଦେବତା ଜୀ ପୁରାତନ ଯୋଗ ପ୍ରଣାଳୀ ଓ ପ୍ରାଣାୟାମ ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ରଖିଥିଲେ। କ୍ଷେତ୍ର ପ୍ରଧାନ ଅଭିମନ୍ୟୁ ହୋତା ଜୀ ଏହି ଯୋଗ କେନ୍ଦ୍ର ଖୋଲିବାରେ ଯେଉଁ ମାନଙ୍କର ଅବଦାନ ସେମାନଙ୍କୁ ସାଧୁବାଦ ଜଣାଇଁ ଥିଲେ।ଶ୍ରୀ ଜଗନ୍ନାଥ କ୍ଷେତ୍ରର କ୍ଷେତ୍ର ମନ୍ତ୍ରୀ ଉମେଶ କୁମାର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିବାସହ ଶରତ ଲେଙ୍କା, ସମିତା ପାଣି, ରାମ ଚନ୍ଦ୍ର ସତପଥି,ଗଣେଶ ପ୍ରଧାନ, ଅଶୋକ ବେଜେରା ଆଦି ଯୋ ଗାଭ୍ୟାସ କରାଇଥିଲେ।ଶିଶୁ କଳାକାରମାନଙ୍କ ଭିତରେ ସ୍ୱୟଂ
ସିଦ୍ଧା , କାହାଣୀ, ସ୍ୱୟଂଶ୍ରୀ ଭଜନ ଓ ଓଡ଼ିଶୀ ପରିବେଷଣ କରି ଦର୍ଶକଙ୍କ ମନ କିଣିଥିଲେ।କପିଳାସ ଯୋଗଜିଲ୍ଲାର ସମସ୍ତ କେନ୍ଦ୍ରର ଅଧିକାରୀ ଓ ସାଧକ ସାଧିକାମାନେ ଯୋଗଦେବାସହ ବିଶ୍ୱରଂଜନ, ବାବି, ଚତୁର୍ଭୁଜ, ଅନୁପମା, ଲିଜା ପ୍ରସାଦ ସେଵନରେ ସାହାଯ୍ୟ କରିଥିଲେ।କେନ୍ଦ୍ର ପ୍ରମୁଖ ରାମଚନ୍ଦ୍ର ସତପଥି ଧନ୍ୟବାଦ ଦେବା ପରେ ସଭାପତି ସଭା ସାଙ୍ଗ ଘୋଷଣାକରିଥିଲେ।ଉତ୍ସବ ଟି ଉପଭୋଗ୍ୟ ହେବାର ସାଧାରଣରେ ଆଲୋଚନା ହେଉଥିବାର ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *