Spread the love

*ହରିଦ୍ୱାର – ଋଷିକେଶ ତୀର୍ଥଯାତ୍ରାରେ ଗଲେ ୧୦୯ ଜଣ ବରିଷ୍ଠ ନାଗରିକ*

ଅନୁଗୋଳ, ୨୬.୧୧: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ଅଧୀନରେ ଜିଲ୍ଲାରେ ଆଜି ଅପରାହ୍ନରେ ସ୍ଥାନୀୟ ବ୍ଲାକ ଡାଇମଣ୍ଡଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ୧୦୯ ଜଣ ବରିଷ୍ଠ ନାଗରିକ ତିନୋଟି ବସ୍ ଯୋଗେ ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସୁଭେନ୍ଦୁ କୁମାର ପରିଚାଳନା କରିଥିଲେ। ଯୋଜନା ଅନୁଯାୟୀ, ତୀର୍ଥଯାତ୍ରୀମାନେ ଆସନ୍ତାକାଲି ସମ୍ବଲପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା କରିବେ। ତୀର୍ଥସ୍ଥାନ ପରିଭ୍ରମଣ ଶେଷ କରି ସେମାନେ ଡିସେମ୍ବର ୨ ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ତୀର୍ଥଯାତ୍ରୀମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତିନିଜଣ ଏସ୍‌କର୍ଟ ଅଫିସର ସେମାନଙ୍କ ସହ ଯାତ୍ରା କରିଛନ୍ତି।

Leave a Reply

Your email address will not be published. Required fields are marked *